ଆନ୍ଦୋଳନକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବେନଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ପୋଲିସର ଅରାଜକତା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ ହଟାଇବା ଆଳରେ ପୋଲିସ ସେଠାରେ ଗୁଣ୍ଡାରାଜ କରିଥିବା ଦେଖିବାକୁ ମିଳିଛି। ଏମିତିକି ସାଧାରଣ ଲୋକ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛି। ହାଉସିଂବୋର୍ଡ ଅଞ୍ଚଳର ଧନେଶ୍ୱର ଦାସ ନାମକ ଯୁବକ ଗତକାଲି ରାତିରେ ତାଙ୍କ ଭାଇଙ୍କ ଟେଣ୍ଟ ହାଉସରେ ଶୋଇଥିଲେ। ରାତିରେ ତାଙ୍କୁ କିଛି ଦୁର୍ବୃତ୍ତ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲ। […]

villagers protest cspur

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବେନଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ପୋଲିସର ଅରାଜକତା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ ହଟାଇବା ଆଳରେ ପୋଲିସ ସେଠାରେ ଗୁଣ୍ଡାରାଜ କରିଥିବା ଦେଖିବାକୁ ମିଳିଛି। ଏମିତିକି ସାଧାରଣ ଲୋକ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛି।

ହାଉସିଂବୋର୍ଡ ଅଞ୍ଚଳର ଧନେଶ୍ୱର ଦାସ ନାମକ ଯୁବକ ଗତକାଲି ରାତିରେ ତାଙ୍କ ଭାଇଙ୍କ ଟେଣ୍ଟ ହାଉସରେ ଶୋଇଥିଲେ। ରାତିରେ ତାଙ୍କୁ କିଛି ଦୁର୍ବୃତ୍ତ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲ। ଏପରିକି ହତ୍ୟା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଥିବା ଦର୍ଶାଇ ଏହାକୁ ସେମାନଙ୍କୁ ଦେବାକୁ ପୋଲିସକୁ କହିଥିଲେ। ହେଲେ ପୋଲିସ ସେଥିପ୍ରତି ଗୁରୁତ୍ୱ ନଦେବାରୁ ଶେଷରେ ଆଜି ସନ୍ଧ୍ୟାରେ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ପୋଲିସ ପହଞ୍ଚି ଅତି ନିର୍ଦ୍ଦୟ ଭାବେ ମୃତଦେହକୁ ପରିବାର ଲୋକଙ୍କୁ ଠାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା। ଯାହାକୁ ନେଇ ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇ ପଡିଥିଲେ। ପୋଲିସକୁ ଏଭଳି ନକରିବାକୁ ବାରଣ ମଧ୍ୟ କରିଥିଲେ। ହେଲେ ପୋଲିସ ରାସ୍ତା ଅବରୋଧକାରୀଙ୍କ ସହ ସ୍ଥାନୀୟ ଲୋକ ଓ ଫୁଟ୍‌ପାଥ ବ୍ୟବସାୟୀଙ୍କୁ ହଟାଇବା ଆଳରେ ଗୋଡ଼େଇ ଗୋଡେଇ ଲାଠି ମାଡ଼ କରିଥିଲା।

Related story