‘ଏକଘରିକିଆ କରିଛନ୍ତି ଗାଁ ଲୋକେ, ବଞ୍ଚିବା ଦୁର୍ବିସହ’

ଆଳି(ବନମାଳି ସାହୁ): ଦିନକୁ ଦିନ ଉଗ୍ର ହେଉଛି ଜମିବାଡ଼ି ବିବାଦ। ଏଥିପାଇଁ ଏକ ପରିବାରକୁ ଭୋଗିବାକୁ ପଡ଼ୁଛି ଅକଥନୀୟ ଯନ୍ତ୍ରଣା। ଗ୍ରାମବାସୀ ଉକ୍ତ ପରିବାରକୁ ମାସେ ହେବ ଏକ ଘରିକିଆ କରି ରଖିଛନ୍ତି। ଫଳରେ ଗାଁରେ ଚଳିବା ଦୁର୍ବିସହ ହୋଇପଡ଼ିଥିବା କହି ଆଖିରୁ ଲୁହ ଗଡ଼ାଉଛନ୍ତି ପରିବାର ଲୋକେ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗାଁରେ ଘଟିଛି। ଗିରିଆ ଗାଁର ପୁରନ୍ଦର ଲେଙ୍କାଙ୍କ ପରିବାର କହିଲେ ପତ୍ନୀ ଓ ୩ […]

family

Niharika Rout
  • Published: Monday, 20 June 2022
  • , Updated: 20 June 2022, 04:11 PM IST

ଆଳି(ବନମାଳି ସାହୁ): ଦିନକୁ ଦିନ ଉଗ୍ର ହେଉଛି ଜମିବାଡ଼ି ବିବାଦ। ଏଥିପାଇଁ ଏକ ପରିବାରକୁ ଭୋଗିବାକୁ ପଡ଼ୁଛି ଅକଥନୀୟ ଯନ୍ତ୍ରଣା। ଗ୍ରାମବାସୀ ଉକ୍ତ ପରିବାରକୁ ମାସେ ହେବ ଏକ ଘରିକିଆ କରି ରଖିଛନ୍ତି। ଫଳରେ ଗାଁରେ ଚଳିବା ଦୁର୍ବିସହ ହୋଇପଡ଼ିଥିବା କହି ଆଖିରୁ ଲୁହ ଗଡ଼ାଉଛନ୍ତି ପରିବାର ଲୋକେ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗାଁରେ ଘଟିଛି।

ଗିରିଆ ଗାଁର ପୁରନ୍ଦର ଲେଙ୍କାଙ୍କ ପରିବାର କହିଲେ ପତ୍ନୀ ଓ ୩ ଝିଅ। ପର ଘରେ ମୁଲ ଲାଗିଲେ ପରିବାର ଚଳେ। ଗତ କିଛି ଦିନ ହେବ ପୁରନ୍ଦରଙ୍କ ପରିବାର ସହ ପଡ଼ୋଶୀଙ୍କ ଜମିବାଡ଼ି ବିବାଦ ଲାଗିରହିଥିବା ବେଳେ ଦିନକୁ ଦିନ ସ୍ଥିତି ଦୁର୍ବିସହ ହେବାରେ ଲାଗିଛି।

ଏହି ବିବାଦର ସମାଧାନ ପାଇଁ ଦୁଇ ପକ୍ଷ ଗାଁ କମିଟିର ଦ୍ୱାରସ୍ଥ ହୋଇଥିଲେ। ଗାଁ କମିଟିର ନିର୍ଦ୍ଦେଶାନୁଯାୟୀ, ଉଭୟ ପକ୍ଷ ଅମିନ ଆଣି ଜମିବାଡ଼ି ମାପ କରିଥିଲେ। ହେଲେ ପଡ଼ୋଶୀ ଜଣଙ୍କ ମାପ ହୋଇଥିବା ଖୁଣ୍ଟକୁ ଓପାଡ଼ି ଦେଇଥିଲେ ଓ ପୁରନ୍ଦରଙ୍କ ଗଛରୁ ନଡ଼ିଆ ନେଇ ଯାଇଥିଲେ। ଏନେଇ ପୁରନ୍ଦର କୋର୍ଟରେ ମାମଲା କରିବା ସହ ଗାଁ କମିଟିକୁ ଜଣାଇଥିଲେ। ହେଲେ ଉକ୍ତ ଜାଗାରେ ପଡ଼ୋଶୀ ଯାହା କିଛି କରିବେ ତୁମେ କିଛି କହିବ ନାହିଁ ବୋଲି ଏକ ସ୍ୱୀକାରକ୍ତି ଲେଖି ଦେବା ପାଇଁ ଗାଁ କମିଟି ପୁରନ୍ଦରଙ୍କୁ କହିଥିଲା। ଏଥିରେ ପୁରନ୍ଦର ରାଜି ନ ହେବାରୁ ଗାଁ କମିଟି ପକ୍ଷରୁ ତାଙ୍କୁ ଏକଘରିକିଆ କରି ଦିଆଯାଇଛି।  ଗାଁରେ ମିଶିବାକୁ ହେଲେ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଥିବା କହିଛନ୍ତି ପୁରନ୍ଦର।

ଏବେ ଏହି ପରିବାର ସଦସ୍ୟଙ୍କ ସହ ଗାଁର କୌଣସି ଲୋକ କଥା ହେଉ ନ ଥିବା ବେଳେ ଗାଁ ଦୋକାନରୁ ସେମାନେ ସଉଦା କିଣିପାରୁ ନାହାନ୍ତି। ଯେଉଁ ଗ୍ରାମବାସୀ କଥା ହେବେ, ତାଙ୍କୁ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିବାରୁ କେହି କଥା ହେଉ ନ ଥିବା  ଅଭିଯୋଗ ହୋଇଛି। ଅପରପକ୍ଷେ, ଏକ ଘରିକିଆ ହୋଇଥିବାରୁ କୌଣସି କାମ ପାଇପାରୁ ନାହାନ୍ତି ପୁରନ୍ଦର। ଫଳରେ ଘରେ ହାତ ଟେକି ବସୁଥିବା ବେଳେ ୫ ପ୍ରାଣୀ କୁଟୁମ୍ବ ଚଳାଇବା ଅସମ୍ଭବ ହୋଇ ପଡ଼ୁଥିବା କହିଛନ୍ତି। ଗାଁ କମିଟିର ଏଭଳି ନିଷ୍ପତ୍ତି କି ବିରୋଧ କରିବାରୁ ନଳିନୀ ରାଉତ ନାମକ ଅନ୍ୟ ଜଣେ ଗ୍ରାମବାସୀଙ୍କୁ ମଧ୍ୟ ଏକ ଘରିକିଆ କରି ରଖାଯାଇଥିବା ଅଭିଯୋଗ ହୋଇଛି।

ଏନେଇ ପୁରନ୍ଦରଙ୍କ ପତ୍ନୀ କହିଛନ୍ତି, ଗାଁ ଲୋକେ ମୋ ସ୍ୱାମୀଙ୍କୁ ଡାକି ନେଇ କାଗଜରେ ଦସ୍ତଖତ କରିବାକୁ ଧମକ ଦେବା ସହ ମାରପିଟ କରିଛନ୍ତି। ଆମେ ଗାଁରୁ ସଉଦାପତ୍ର କିଣିପାରୁନୁ। ଯିଏ ଆମ ସହ କଥା ହେବ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଥିବାରୁ କେହି ଆମ ସହ କଥା ହେଉ ନାହାନ୍ତି। ଆମର ୨ଟି ପାଣି ପାଇପ୍‌ ଭାଙ୍ଗି ସାରିଲେଣି। କିଛି କହିପାରୁନୁ କି ସହିପାରୁନୁ।

ଗିରିଆ ଗାଁ କମିଟି ସଭାପତି ବାସୁଦେବ ମହାନ୍ତି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ କହିଛନ୍ତି, ଏକଘରିକିଆ କରାଯିବା ନିଷ୍ପତ୍ତି ମିଛ। ସେମାନଙ୍କର ଜାଗାବାଡ଼ି କେସ୍‌ ଚାଲିଛି। ଏହାକୁ ନେଇ ଥାନାରେ ମାମଲା ଅଛି। ଜରିମାନା ଆଦାୟ ଲାଗି ଧମକ ଦେବା, ଗାଁ ଦୋକାନରୁ ସଉଦା ନ ଦେବା ଆଦି ସମସ୍ତ ବିଷୟକୁ ସେ ଖଣ୍ଡନ କରିଛନ୍ତି।

Related story