ସୀତାରାମଙ୍କୁ ଝୁରୁଛି ପୈତୃକ ଗାଁ ଡକେଇପାଳ

କପ୍ତିପଦା (ଦୀପକ ମହାନ୍ତ): ସୀତାରାମଙ୍କୁ ଝୁରୁଛି ପୈତୃକ ଗାଁ ଡକେଇପାଳ। ଇଏ ସେହି ସୀତାରାମ, ଯିଏ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀର ଉଦ୍ଧାର କାର୍ଯ୍ୟରେ ନିୟୋଜ ହୋଇଥିଲେ। ଓଡ୍ରାଫ ଟିମ୍‌ର ଅନ୍ୟ ସାଥୀମାନଙ୍କ ସହ ମିଶି ସେ ନଦୀ ଭିତରକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଶୁକ୍ରବାରଠାରୁ ନିଖୋଜ ଥିଲେ ସୀତାରାମ। ଆଜି ତାଙ୍କର ମୃତଦେହ କଖଡ଼ି ମହାଳପଡ଼ା ଗୁମେଇ ସାହି ନିକଟରୁ ଉଦ୍ଧାର କରାଯାଇଛି। […]

Sitaram

Manoranjan Sial
  • Published: Saturday, 25 September 2021
  • , Updated: 25 September 2021, 04:46 PM IST

କପ୍ତିପଦା (ଦୀପକ ମହାନ୍ତ): ସୀତାରାମଙ୍କୁ ଝୁରୁଛି ପୈତୃକ ଗାଁ ଡକେଇପାଳ। ଇଏ ସେହି ସୀତାରାମ, ଯିଏ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀର ଉଦ୍ଧାର କାର୍ଯ୍ୟରେ ନିୟୋଜ ହୋଇଥିଲେ। ଓଡ୍ରାଫ ଟିମ୍‌ର ଅନ୍ୟ ସାଥୀମାନଙ୍କ ସହ ମିଶି ସେ ନଦୀ ଭିତରକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଶୁକ୍ରବାରଠାରୁ ନିଖୋଜ ଥିଲେ ସୀତାରାମ। ଆଜି ତାଙ୍କର ମୃତଦେହ କଖଡ଼ି ମହାଳପଡ଼ା ଗୁମେଇ ସାହି ନିକଟରୁ ଉଦ୍ଧାର କରାଯାଇଛି।  

ସୀତାରାମଙ୍କ ମୃତ୍ୟୁ ଖବର ପାଇବା ପରେ ପୈତୃକ ଗାଁ ଡକେଇପାଳରେ ଶୋକର ଛାୟା ଖେଳି ଯାଇଛି। ପରିବାର ଲୋକେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଗତକାଲି ନିଖୋଜ ପରଠାରୁ ଚୂଲି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି। ସେ ଜଣେ ଅତ୍ୟନ୍ତ ଦୁଃସାହସୀ ବ୍ୟକ୍ତି ଥିବାବେଳେ ପାଣିରେ ବୁଡ଼ି ଯିବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେ ଭାସିଯିବା ଘଟଣା ତାଙ୍କ ପରିବାର ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଛି।

ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଜନ୍ମ ଗ୍ରହଣ କରିଥିଲେ ସୀତାରାମ। ଆହ୍ଲାନ ମୁର୍ମୁଙ୍କ ମଝିଆଁ ପୁଅ ଥିଲେ ସୀତାରମ। ସେ ନିକଟସ୍ଥ ହାଣ୍ଡିଫୁଟା ଗାଁ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲରୁ ମ୍ୟାଟ୍ରିକ ପାସ୍‌ କରିବା ପରେ ୨୦୦୧ ମସିହାରେ ପୁଲିସରେ ଚାକିରି ଆରମ୍ଭ କରିଥିଲେ। ତାଙ୍କର ଏବେ ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅଟିଏ ଅଛି। ପରିବାର ସହ ସେ କଟକରେ ରହୁଥିଲେ। ସେ ଷଷ୍ଠ ବାଟାଲିୟନରେ ଥିବା ବେଳେ ଓଡ୍ରାଫ୍‌ ଟିମ୍‌ରେ ସାମିଲ ହୋଇଥିଲେ।

ପିଲାବେଳୁ ନଦୀପାର ହୋଇ ସ୍କୁଲ ଯାଉଥିଲେ ସୀତାରାମ। ଚାକିରି କରିବା ପରେ ସେ ବନ୍ୟା ଓ ବାତ୍ୟା ବେଳେ ପାଣି ଘେରରୁ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି।

Related story