ଘା’ ପାଇଁ ପର କରିଦେଲା ପରିବାର, ବାସନ୍ଦ କଲା ସମାଜ

ସୋନପୁର(ରବୀନ୍ଦ୍ର ହୋତା):   ଘା’ ପାଇଁ ସାମାଜିକ ବାସନ୍ଦ ହେଲେ ମହିଳା। ପ୍ରଥମେ ପଡ଼ା ଲୋକେ, ଗାଁ ଲୋକେ ପାଖ ମାଡ଼ୁ ନ ଥିବା ବେଳେ ଏବେ ସ୍ୱାମୀ, ଛୁଆ ବି ଅନାଉ ନାହାନ୍ତି। ଯେଉଁ ମା’ ବିନା ପୁଅ, ଝିଅଙ୍କ ଦିନ ଆରମ୍ଭ ହେଉ ନ ଥିଲା ଏବେ ସେହି ମା’ ସାତ ପର। ଯିଏ ଛୁଆଙ୍କୁ ବଡ଼ କରିବାକୁ ନିଜ ଜୀବନକୁ ଜଳାଞ୍ଜଳି ଦେଇଦେଇଛି, ଏବେ ତାକୁ ଆହା ପଦେ କହିବାକୁ କେହି ନାହାନ୍ତି। ସବୁ […]

lady

  • Published: Thursday, 08 September 2022
  • , Updated: 08 September 2022, 12:13 PM IST

ସୋନପୁର(ରବୀନ୍ଦ୍ର ହୋତା):   ଘା’ ପାଇଁ ସାମାଜିକ ବାସନ୍ଦ ହେଲେ ମହିଳା। ପ୍ରଥମେ ପଡ଼ା ଲୋକେ, ଗାଁ ଲୋକେ ପାଖ ମାଡ଼ୁ ନ ଥିବା ବେଳେ ଏବେ ସ୍ୱାମୀ, ଛୁଆ ବି ଅନାଉ ନାହାନ୍ତି। ଯେଉଁ ମା’ ବିନା ପୁଅ, ଝିଅଙ୍କ ଦିନ ଆରମ୍ଭ ହେଉ ନ ଥିଲା ଏବେ ସେହି ମା’ ସାତ ପର। ଯିଏ ଛୁଆଙ୍କୁ ବଡ଼ କରିବାକୁ ନିଜ ଜୀବନକୁ ଜଳାଞ୍ଜଳି ଦେଇଦେଇଛି, ଏବେ ତାକୁ ଆହା ପଦେ କହିବାକୁ କେହି ନାହାନ୍ତି।

ସବୁ ଥାଇ ବି ଏକୁଟିଆ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞ୍ଝିରିଆପାଲିର ସୀତା ମହାନନ୍ଦ ନାମ୍ନୀ ବୃଦ୍ଧା।  ଯିଏ ହାତ ଧରି ଘରକୁ ଆଣିଥିଲା ସାମାନ୍ୟ ଘା’ ପାଇଁ ସେ ବି ହାତ ଛାଡ଼ି ଚାଲିଗଲା। ଏବେ ଏକାକୀ ଅବହେଳିତ ଓ ନିଷ୍ପେଷିତ ଭାବେ ଜୀବନ ବଞ୍ଚୁଥିବା ସୀତା ମହାନନ୍ଦ ଆଖିରୁ କେବଳ ଲୁହ ଗଡ଼ାଉଛନ୍ତି।

୨ ଝିଅ ଓ ଗୋଟିଏ ପୁଅକୁ ନେଇ ଗଢ଼ି ଉଠିଥିଲା ସୀତାଙ୍କ ହସଖୁସିର ସଂସାର। ବଡ଼ ହେବା ପରେ ପିଲାମାନେ ନିଜେ ନିଜ ସଂସାରରେ ବ୍ୟସ୍ତ ରହିଲେ। ବୃଦ୍ଧା କାଳେ ଟିକେ ଶାନ୍ତିରେ ବଞ୍ଚିବେ ବୋଲି ସୀତା ମହାନନ୍ଦ ଆଶା ରଖିଥିବା ବେଳେ ବିଧି କିନ୍ତୁ ଦାଉ ସାଧିଲା।

ଦୁଇ ବର୍ଷ ତଳେ ସୀତାଙ୍କ ଗୋଡ଼ରେ ଏକ ଘା’ ହୋଇଥିଲା । ସଚେତନତା ଅଭାବରୁ ସ୍ୱାମୀ ଧନ ସିଂ ମହାନନ୍ଦ ତାଙ୍କୁ ହସ୍ପିଟାଲ ନ ନେଇ ଘରୋଇ ଚିକିତ୍ସା କରିଥିଲେ । ଫଳରେ ରୋଗ ବଢ଼ି ଯାଇଥିଲା । ପରିସ୍ଥିତି ଏପରି ହେଲା ଯେ, ସୀତାଙ୍କୁ କୁଷ୍ଠ ରୋଗ ହୋଇଛି ଭାବି ପଡ଼ା ଓ ଗାଁ ଲୋକେ ତାଙ୍କୁ ବାସନ୍ଦ କରି ଦେଇଥିଲେ । ପରେ ପରେ ପୁଅ ମଧ୍ୟ ତା ପରିବାରକୁ ନେଇ ପଳାଇଥିଲା।  ସ୍ୱାମୀ ଧନ ସିଂ ମଧ୍ୟ ଜାତି ଓ ସମାଜର ବାସନ୍ଦ ଭୟରେ ସୀତାଙ୍କୁ ଛାଡ଼ି ଚାଲିଗଲେ ।  ଝିଅ ଓ ଜ୍ୱାଇଁମାନେ ମଧ୍ୟ ପାଖ ମାଡ଼ୁ ନାହାନ୍ତି।

ଚିକିତ୍ସା ତ ଦୂରର କଥା ଭୋକ ଉପାସରେ ପଡ଼ି ରହି ଆଖିରୁ ଲୁହ ଗଡ଼ାଉଛନ୍ତି ସୀତା । ସରକାରଙ୍କ ପକ୍ଷରୁ ତାଙ୍କୁ ନେଇ ଚିକିତ୍ସା କରାଇବାକୁ ଗାଁ ଲୋକେ ଦାବି କରିଛନ୍ତି ।  ତେବେ ସୀତାଙ୍କର ଖୁବଶୀଘ୍ର ଚିକିତ୍ସା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ବିଡିଓ । ଏନେଇ ସେ କହିଛନ୍ତି, ନିଜେ ଯାଇ  ସୀତାଙ୍କ ଅବସ୍ଥା ଦେଖିବି। ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଯୋଗାଇବୁ।

ନିଜ ଅବସ୍ଥା ସମ୍ପର୍କରେ କୋହଭରା କଣ୍ଠରେ ସୀତା କହିଛନ୍ତି,  ଥରେ ଏକ ଗୋଡ଼ି ପାଦରେ ପଶିଯାଇଥିଲା। ଏହାପରେ ତାହା ଘା’ ହୋଇ ବଢ଼ିବାରେ ଲାଗିଲା। ଥରେ ପାଖ ଡାକ୍ତରଖାନାକୁ ଯାଇଥିଲି, ହେଲେ କିଛି ଲାଭ ମିଳିଲା ନାହିଁ। ଏବେ ମୋତେ ସବୁ ଛାଡ଼ି ପଳାଇଲେ । କେହି ପଚାରୁ ନାହାନ୍ତି।

Related story