“ଭୋଟ୍‌ ବର୍ଜନ କରିବୁ, ପୋଲିଂ ପାର୍ଟିକୁ ଗାଁକୁ ପଶିବାକୁ ଦେବୁନାହିଁ”

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): “ଏନ୍‌ଏସିର ଲୋକମାନେ ଫିଲ୍‌ଟର ପାଣି ପିଉଛନ୍ତି। ହେଲେ ଆମ ଗାଁର ଲୋକମାନେ କାଦୁଅ ପାଣି ପିଇବାକୁ ପାଉନାହାନ୍ତି। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଭୋଟ୍‌ ବର୍ଜନ କରିବୁ। ପୋଲିଂ ପାର୍ଟିକୁ ଗାଁକୁ ପଶିବାକୁ ଦେବୁନାହିଁ।” ୨୪ ତାରିଖରେ ଭୋଟ୍‌। ତା’ପୂର୍ବରୁ ଗାଁ ଲୋକଙ୍କ ଏପରି ଚେତାବନୀ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି। ଓଡ଼ିଶାର ତତଲା ସହର ଭାବେ ପରିଚିତ ହେଉଛି ଟିଟିଲାଗଡ଼। ଏହି ସହରଠାରୁ ମାତ୍ର ୩ କିମି ଦୂରରେ ରହିଛି […]

Titlagarh

Manoranjan Sial
  • Published: Thursday, 17 February 2022
  • , Updated: 17 February 2022, 06:05 PM IST

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): “ଏନ୍‌ଏସିର ଲୋକମାନେ ଫିଲ୍‌ଟର ପାଣି ପିଉଛନ୍ତି। ହେଲେ ଆମ ଗାଁର ଲୋକମାନେ କାଦୁଅ ପାଣି ପିଇବାକୁ ପାଉନାହାନ୍ତି। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଭୋଟ୍‌ ବର୍ଜନ କରିବୁ। ପୋଲିଂ ପାର୍ଟିକୁ ଗାଁକୁ ପଶିବାକୁ ଦେବୁନାହିଁ।” ୨୪ ତାରିଖରେ ଭୋଟ୍‌। ତା’ପୂର୍ବରୁ ଗାଁ ଲୋକଙ୍କ ଏପରି ଚେତାବନୀ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି।

ଓଡ଼ିଶାର ତତଲା ସହର ଭାବେ ପରିଚିତ ହେଉଛି ଟିଟିଲାଗଡ଼। ଏହି ସହରଠାରୁ ମାତ୍ର ୩ କିମି ଦୂରରେ ରହିଛି ଜଗୁଆ ପଞ୍ଚାୟତର ଭାଟିପଡ଼ା ଗାଁ। ଏହି ଗାଁର ଲୋକ ସଂଖ୍ୟା ୧୦୦୦ରୁ ଅଧିକ ହେବ। ଗାଁ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଥିଲା ୫ରୁ ୬ଟି ନଳକୂପ। ଗ୍ରୀଷ୍ମ ଆସିବା ପୂର୍ବରୁ ସେହି ନଳକୂପରୁ ପାଣି ଶୁଖିବା ଆରମ୍ଭ କଲାଣି। କହିବାକୁ ଗଲେ ସେଥିରୁ ପାଣି ବାହାରୁ ନାହିଁ। ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ଗାଁର ପାନୀୟ ଜଳ ସମସ୍ୟା ଆଜି କି କାଲିର ନୁହେଁ। ଦୀର୍ଘ ବର୍ଷ ଧରି ଲୋକମାନେ ଏହି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଗାଁ ଲୋକେ ଏନେଇ ବହୁବାର ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପାଖରେ ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବାବୁମାନଙ୍କୁ ବହୁବାର ଅନୁରୋଧ କରିଛନ୍ତି। ହେଲେ କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ଗାଁର ଶତାଧିକ ମହିଳା ଓ ପୁରୁଷ ଟିଟିଲାଗଡ଼ ଉପାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପାନୀୟ ଜଳ ସମାଧାନ ନହେଲେ ୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ଚେତାବନୀ ଦେଇଛନ୍ତି। ଉପାଜିଲ୍ଲାପାଳ ଗାଁ ଲୋକଙ୍କ ଗୁହାରୀ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଆସନ୍ତା କାଲି(ଶୁକ୍ରବାର) ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାର SDO ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ତାଙ୍କ ପରାମର୍ଶରେ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Related story