ଜଣେ ଯୁବତୀ ଓ ୩ ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସେକ୍ସ ରାକେଟ୍ ଚଲାଇଥିବା ସନ୍ଦେହରେ ଜଣେ ଯୁବତୀ ଓ ତିନି ଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରୋଭାଡ଼ି ଗାଁରେ। ପୁଲିସ୍‌ ଏହି ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ତିନି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଏହି ଯୁବତୀ ଓ ଯୁବକମାନେ ବୁରୋଭାଡ଼ି ଗାଁର ବାସିନ୍ଦା ନୁହନ୍ତି। ତେବେ ପ୍ରାୟ […]

rkl-1

Niharika Rout
  • Published: Wednesday, 30 October 2019
  • , Updated: 30 October 2019, 09:05 AM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସେକ୍ସ ରାକେଟ୍ ଚଲାଇଥିବା ସନ୍ଦେହରେ ଜଣେ ଯୁବତୀ ଓ ତିନି ଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରୋଭାଡ଼ି ଗାଁରେ। ପୁଲିସ୍‌ ଏହି ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ତିନି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଏହି ଯୁବତୀ ଓ ଯୁବକମାନେ ବୁରୋଭାଡ଼ି ଗାଁର ବାସିନ୍ଦା ନୁହନ୍ତି। ତେବେ ପ୍ରାୟ ୬ ମାସ ହେଲା ସେମାନେ ଗାଁରେ ଜଣଙ୍କ ଘରେ ରହୁଥିଲେ। ସେମାନେ ସେକ୍ସ ରାକେଟ ଚଲାଇଥିବା ନେଇ ଗାଁ ଲୋକଙ୍କର ବହୁ ଦିନ ହେଲା ସନ୍ଦେହ ଥିଲା। ଏନେଇ ସେମାନେ ପୁଲିସ୍‌ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୁଲିସ୍ ଏ ଦିଗରେ କିଛି ପଦକ୍ଷେପ ନେଇ ନଥିଲା। ତେଣୁ ଉତ୍ତ୍ୟକ୍ତ ଗ୍ରାମବାସୀ ଗତକାଲି ରାତିରେ ଏହି ୪ ଜଣଙ୍କୁ ଘରୁ ବାହାରକୁ ଆଣି ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଥିଲେ ଓ ତା’ପରେ ନିସ୍ତୁକ ପିଟିଥିଲେ।

ଏ ସଂପର୍କରେ ଖବର ପାଇ ପୁଲିସ୍‌  ଗାଁରେ ପହଞ୍ଚିଥିଲା ଓ ସେମାନଙ୍କୁ ସେଠାରୁ ନେଇ ଯାଇଥିଲା। ଉକ୍ତ ୩ ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀଙ୍କ ଘର ସମ୍ବଲପୁର ଜିଲ୍ଲାରେ ବୋଲି ପଚରାଉଚରା ବେଳେ ଜଣା ପଡ଼ିଥିବା ପୁଲିସ୍‌ କହିଛି। ପଚରାଉଚରା ପରେ ଉକ୍ତ ଯୁବତୀଙ୍କୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି।

 

Related story