ଗାଁ ଲୋକଙ୍କ ଅଜବ ବିଶ୍ୱାସ, ମାଆଙ୍କୁ ପୂଜା କଲେ କରୋନା ହେବନି!

ଜୟପୁର(ଟି.ଗୌରୀଶଙ୍କର): ମାହାମାରୀ କରୋନା କ୍ଷଣ କ୍ଷଣରେ ରୂପ ବଦଳାଉଛି। କେତେବେଳେ କାହାକୁ ଶିକାର କରୁଛି କେହି ଜାଣିପାରୁ ନାହାନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଗଲେଣି। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଶେଷଜ୍ଞ ଦେଉଛନ୍ତି ପରାମର୍ଶ। ଏହାରି ଭିତରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାର ଜୟପୁର ସହର ତଳି ଅଞ୍ଚଳରୁ ଆସିଛି ଅନ୍ଧବିଶ୍ୱାସର କରୁଣ ଚିତ୍ର। କରୋନା ଗାଁକୁ ନଆସିବା ପାଇଁ ହୁଣ୍ଡି ମାଆଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା। ମହାମାରୀ […]

koraput

Manoranjan Sial
  • Published: Wednesday, 21 April 2021
  • , Updated: 21 April 2021, 06:34 PM IST

ଜୟପୁର(ଟି.ଗୌରୀଶଙ୍କର): ମାହାମାରୀ କରୋନା କ୍ଷଣ କ୍ଷଣରେ ରୂପ ବଦଳାଉଛି। କେତେବେଳେ କାହାକୁ ଶିକାର କରୁଛି କେହି ଜାଣିପାରୁ ନାହାନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଗଲେଣି। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଶେଷଜ୍ଞ ଦେଉଛନ୍ତି ପରାମର୍ଶ। ଏହାରି ଭିତରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାର ଜୟପୁର ସହର ତଳି ଅଞ୍ଚଳରୁ ଆସିଛି ଅନ୍ଧବିଶ୍ୱାସର କରୁଣ ଚିତ୍ର। କରୋନା ଗାଁକୁ ନଆସିବା ପାଇଁ ହୁଣ୍ଡି ମାଆଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା।

ମହାମାରୀ କରୋନାର ମାୟା ଜାଲରୁ ବର୍ତ୍ତିବା ପାଇଁ ଜୟପୁର ସହରର ପାରବେଡା ବସ୍ତିର ଲୋକମାନେ ହୁଣ୍ଡି ମାଆଙ୍କୁ ପୂଜା କରୁଛନ୍ତି। ବିଶ୍ୱାସ ରହିଛି, ମାଆଙ୍କୁ ପୂଜା କଲେ ଗାଁରେ କାହାରିକୁ କରୋନା ହେବନାହିଁ। ମନସ୍କାମନା ପୂରଣ ହେବା ପରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ସହ ମେଣ୍ଢା ଓ କୁକୁଡ଼ା ବଳି ଦିଆଯାଉଛି। ବଳି ପରେ ଗାଁରେ ଭୋଜି ଆୟୋଜନ କରାଯାଇଥିଲା। ଗାଁ ଲୋକ ମିଳିମିଶି ଖାଇଥିଲେ।

ସ୍ଥାନୀୟ ଜଣେ ମହିଳା କହିଛନ୍ତି-“କରୋନା ନହେବା ପାଇଁ ଗତବର୍ଷ ମାନସିକ କରିଥିଲୁ। ଏବର୍ଷ ପୂଜା କରି ମାଆଙ୍କ ନିକଟରେ ବୋଦା ବଳି ଦେଲୁ। ସେହିପରି ଏବର୍ଷ ଯେପରି ଆମକୁ କରୋନା ନହେବ, ସେଥିପାଇଁ ମାନସିକ ରଖିଛୁ।”

ସ୍ଥାନୀୟ ଜଣେ ଯୁବକ କହିଛନ୍ତି-“ଆମ ଗାଁକୁ ଯେପରି କରୋନା ନଆସିବ ସେଥିପାଇଁ ମାନସିକ କରିଥିଲୁ। ମାନସିକ ପୂରଣ ହେବା ପରେ ପୂଜା ହୋଇଥିଲା।”

Related story