ବଲାଙ୍ଗିରରେ ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି ରାସ୍ତା ଅବରୋଧ

ବଲାଙ୍ଗିର: ବଲାଙ୍ଗିରରେ ମଦ ବିରୋଧୀ ଆନ୍ଦୋଳନ।  ରେଲେଓ୍ୱ ଷ୍ଟେସନ୍ ଅଞ୍ଚଳରେ ମଦ ଦୋକାନ ବନ୍ଦ କରିବା ଦାବିରେ ସ୍ଥାନୀୟ ଲୋକେ ଅନ୍ଦୋଳନ କରିଛନ୍ତି । ମଦକୁ ବିରୋଧ କରି ଷ୍ଟେସନ୍ ପାଖ ରାସ୍ତାରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ  କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ଭଦ୍ରକ ତିହିଡ଼ିରେ ବି ମଦକୁ  ବିରୋଧରେ ରାସ୍ତାକୁ  ଓହ୍ଲାଇଛନ୍ତି ମହିଳା। ବଉଳପାଳ ଛକରେ ଥିବା ମଦ ଦୋକାନକୁ ବନ୍ଦ କରିବା ଦାବିରେ ଶତାଧିକ ମହିଳା ତିହିଡି ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି।