ଆଲୋଚନା ମାଧ୍ୟମରେ ଭିମ୍‌ସାର ବିବାଦର ସମାଧାନ ହୋଇଛି: ମନ୍ତ୍ରୀ

ଭୁବନେଶ୍ୱର: ଆଲୋଚନା ମାଧ୍ୟମରେ ଭିମ୍‌ସାର ବିବାଦର ସମାଧାନ ହୋଇଛି। ସଚିବାଳୟରେ ଆଜି ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି-“ଭିମ୍‌ସାର ପାଇଁ ୫୦ କୋଟି ଟଙ୍କାର ଯନ୍ତ୍ରପାତି କିଣାଯିବ। ସମସ୍ତଙ୍କୁ ନେଇ ଭିମ୍‌ସାରକୁ ଉନ୍ନତମାନର ଅନୁଷ୍ଠାନରେ ପରିଣତ କରାଯିବ।” ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କହିଛନ୍ତି-“ଭୁଲ ବୁଝାମଣା ଯୋଗୁଁ ଏପରି ଘଟିଥିଲା। ଆଗକୁ ଯେଭଳି ଏପରି ନଘଟିବ, ସେଥିପ୍ରତି ଆମେ ଯତ୍ନବାନ ହେବୁ।” ଦାବି ପୂରଣ ପାଇଁ […]

VIMSAR

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 11:12 PM IST

ଭୁବନେଶ୍ୱର: ଆଲୋଚନା ମାଧ୍ୟମରେ ଭିମ୍‌ସାର ବିବାଦର ସମାଧାନ ହୋଇଛି। ସଚିବାଳୟରେ ଆଜି ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି-“ଭିମ୍‌ସାର ପାଇଁ ୫୦ କୋଟି ଟଙ୍କାର ଯନ୍ତ୍ରପାତି କିଣାଯିବ। ସମସ୍ତଙ୍କୁ ନେଇ ଭିମ୍‌ସାରକୁ ଉନ୍ନତମାନର ଅନୁଷ୍ଠାନରେ ପରିଣତ କରାଯିବ।”

ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କହିଛନ୍ତି-“ଭୁଲ ବୁଝାମଣା ଯୋଗୁଁ ଏପରି ଘଟିଥିଲା। ଆଗକୁ ଯେଭଳି ଏପରି ନଘଟିବ, ସେଥିପ୍ରତି ଆମେ ଯତ୍ନବାନ ହେବୁ।”

ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜୁନିୟର ଡାକ୍ତର ସଂଘ କହିଛି। ଭିମ୍‌ସାର୍‌ର ବିବାଦ ତୁଟାଇବାକୁ ସଚିବାଳୟରେ ଆଜି ବିଭିନ୍ନ ପକ୍ଷ ସହ ସ୍ୱାସ୍ଥ୍ୟମନ୍ତ୍ରୀ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରଥମେ ଜୁନିୟର ଡାକ୍ତର ସଂଘ, ଏହାପରେ ଭିମସାର ନିର୍ଦ୍ଦେଶକ ଏବଂ ପରେ ସମ୍ବଲପୁର ଜିଲ୍ଲାପାଳ ଓ ବିଧାୟିକା ରାଶେସ୍ୱରୀ ପାଣିଗ୍ରାହୀଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ। ସବୁ ପକ୍ଷଙ୍କ ସହ କଥା ହେବା ପରେ ଶେଷରେ ସମସ୍ତଙ୍କୁ ଏକାଠି ବସାଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Related story