ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ହେଲେ ଜାଣି ରଖନ୍ତୁ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଂଜୀକରଣ ସହ ନମ୍ବର ଆରମ୍ଭରୁ VA ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ । ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର […]

pic

  • Published: Tuesday, 03 January 2023
  • , Updated: 03 January 2023, 09:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଂଜୀକରଣ ସହ ନମ୍ବର ଆରମ୍ଭରୁ VA ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ ।

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ୧୦ ବର୍ଷ ଯାଏଁ ବୈଧ ରହିବ । ପରବର୍ତ୍ତୀ ସମୟରେ ପଂଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା ୫ ବର୍ଷ ଯାଏଁ ରହିବ ।

ଭିଣ୍ଟେଜ୍ ମୋଟର ଯାନ ଗୁଡିକ ନିୟମିତ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ ଏବଂ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଭିଣ୍ଟେଜ ନମ୍ବର ଦିଆଯିବା ପରେ ଗାଡି ମାଲିକ ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ । ଗାଡି ବିକ୍ରି କରିପାରିବେ ଏବଂ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ ।

Related story