ଇସ୍କନ ଆଗରେ ଉଜାଣି ବହିଲା ଯମୁନା, ଭାଇରାଲ ହେଲା ଫଟୋ

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଅଧ ରାତିରେ ଘୋ ଘୋ ନିଶା ଗରଜୁଥାଏ। ଆକାଶରେ ଘୋଟେଇଥାଏ କଳାହାଣ୍ଡିଆ ମେଘ। କଂସ କାରାଗାରରେ ସମସ୍ତେ ନିଦ୍ରିତ ଅବସ୍ଥାରେ ଥିବାବେଳେ ଜନ୍ମ ନିଅନ୍ତି କଳା କହ୍ନେଇ। ବିଧିର ନିର୍ଦ୍ଦେଶରେ ସେହି ରାତିରେ ଯମୁନା ବି ଉଜାଣି ବହୁଥାଏ। ଆଉ ଏଇ ନଦୀରେ ପାର ହୋଇ କାହ୍ନାକୁ ଗୋପପୁରରେ ପହଞ୍ଚାଇବାକୁ ମଥାରେ ଧରି ରଖିଥାନ୍ତି ପିତା ବସୁଦେବ।” ଏ  କାହାଣୀ ଆପଣ ଶୁଣିଛନ୍ତି ନା ? ଶୁଣିଥିବେ ନିଶ୍ଚୟ। ଭାଦ୍ରବ ମାସରେ ଜନ୍ମାଷ୍ଟମୀ ବେଳେ […]

ujani jamuna

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 05:13 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଅଧ ରାତିରେ ଘୋ ଘୋ ନିଶା ଗରଜୁଥାଏ। ଆକାଶରେ ଘୋଟେଇଥାଏ କଳାହାଣ୍ଡିଆ ମେଘ। କଂସ କାରାଗାରରେ ସମସ୍ତେ ନିଦ୍ରିତ ଅବସ୍ଥାରେ ଥିବାବେଳେ ଜନ୍ମ ନିଅନ୍ତି କଳା କହ୍ନେଇ। ବିଧିର ନିର୍ଦ୍ଦେଶରେ ସେହି ରାତିରେ ଯମୁନା ବି ଉଜାଣି ବହୁଥାଏ। ଆଉ ଏଇ ନଦୀରେ ପାର ହୋଇ କାହ୍ନାକୁ ଗୋପପୁରରେ ପହଞ୍ଚାଇବାକୁ ମଥାରେ ଧରି ରଖିଥାନ୍ତି ପିତା ବସୁଦେବ।”

ଏ  କାହାଣୀ ଆପଣ ଶୁଣିଛନ୍ତି ନା ? ଶୁଣିଥିବେ ନିଶ୍ଚୟ। ଭାଦ୍ରବ ମାସରେ ଜନ୍ମାଷ୍ଟମୀ ବେଳେ ଘରେ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ବେଳେ ଭାଗବତର ଏହି ପ୍ରସଙ୍ଗ ଗାନ କରାଯାଏ। ହେଲେ ହଠାତ୍‌ ଆମେ ଏଭଳି କଥା ଆପଣଙ୍କୁ କହୁଥିବାରୁ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଭାବୁଥିବା ଭାଦ୍ରବ ମାସ ନ ହେଉଣୁ କୃଷ୍ଣ କଥା ଆମେ କାହିଁକି କହୁଛୁ ବୋଲି।

ଜାଣିଲେ ଖୁସି ହେବେ ଯେ, କୃଷ୍ଣ ଜନ୍ମର ଏହି ବୃତ୍ତାନ୍ତ ଏବେ ଶିରୋନାମରେ। ମୋବାଇଲରୁ ମୋବାଇଲକୁ ବୁଲୁଛି କୃଷ୍ଣଙ୍କ ଗୋପ ବିଜୟର ଦୃଶ୍ୟ। ଆଉ ଯମୁନା କଥା ନ କହିବା ଭଲ। ଖାଲି ମଣିଷ ନୁହେଁ, ୪ ଚିକିଆ, ୩ ଚକିଆ ବି ଯମୁନା ଜଳରେ ଗାଧାଉଛନ୍ତି। ଆଉ ମଝିରେ କୃଷ୍ଣଙ୍କୁ ଧରି ଛିଡା ହୋଇଛନ୍ତି ପିତା ବସୁଦେବ। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଛଟିବି ଦୃଶ୍ୟାଙ୍କିତ ହୋଇଥିବା ସ୍ଥାନଟି ହେଉଛି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର।

ଗତକାଲି ପ୍ରବଳ ବର୍ଷାରେ ଉବୁଟୁବୁ ହୋଇ ପଡିଥିଲା ରାଜଧାନୀ। ସ୍ଥାନୀୟ ଇସ୍କନ ମନ୍ଦିର ସମ୍ମୁଖରେ ଲହଡି ଭାଙ୍ଗୁଥିଲା ବର୍ଷା ପାଣି। ଓଭର ବ୍ରିଜ ଉପରେ ଯାଉଥିବା ଲୋକେ ଉପରୁ ଛିଡାହୋଇ ଏ ଦୃଶ୍ୟକୁ ମୋବାଇଲରେ କଏଦ କରୁଥାନ୍ତି। ପାଣି ଭିତରେ ବୁଡି ରହିଥାଏ ଏକାଧିକ କାର୍‌ ଆଉ ଅଟୋ। ଏ ସମ୍ପର୍କିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କେହିଜଣେ ବ୍ୟକ୍ତି ଏହାକୁ ଏଡିଟ୍‌ କରି ପାଣି ଭିତରେ ଭଗବାନ କୃଷ୍ଣଙ୍କ ଗୋପ ବିଜୟର ଫଟୋଟିକୁ ସ୍ଥାନୀତ କରି ଫଟୋ ଛାଡିଛନ୍ତି। ଯାହାକି ଫେସ୍‌ବୁକ୍‌ରେ ବହୁଳ ଭାବେ ସେୟାର୍‌ ହୋଇଛି।

Related story