‘କରୋନାରୁ ସୁସ୍ଥ ପରେ ଭାଇରାଲ ରୋଗରେ ଆକ୍ରାନ୍ତ ଆଶଙ୍କା ଅଧିକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ପୁଣିଥରେ ଅନ୍ୟ କିଛି ଭାଇରାଲ ରୋଗର ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ତେଣୁ ଭିଟାମିନ ଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ଫିଟ୍ ରଖିବା ଉଚିତ୍ ବୋଲି ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲରେ ମେଡିସିନ୍ ବିଶେଷଜ୍ଞ ଡାକ୍ତର ରାଉତରାୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବେଶୀ ନଥିବ ସେ ଆଉଥରେ […]

corona

Manoranjan Sial
  • Published: Saturday, 19 September 2020
  • , Updated: 19 September 2020, 07:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ପୁଣିଥରେ ଅନ୍ୟ କିଛି ଭାଇରାଲ ରୋଗର ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ତେଣୁ ଭିଟାମିନ ଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ଫିଟ୍ ରଖିବା ଉଚିତ୍ ବୋଲି ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲରେ ମେଡିସିନ୍ ବିଶେଷଜ୍ଞ ଡାକ୍ତର ରାଉତରାୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବେଶୀ ନଥିବ ସେ ଆଉଥରେ କରୋନା ସଂକ୍ରମିତ ହେବାର ଆଶଙ୍କା ବେଶୀ। କରୋନାରୁ ସୁସ୍ଥ ହେବାପରେ ସଂକ୍ରମିତ ବ୍ୟକ୍ତି ଅତ୍ୟନ୍ତ ଦୁର୍ବଳ ହୋଇଯାଉଥିବାର ଦେଖିବାକୁ ମିଳୁଛି। ସେମାନେ ପୁଣିଥରେ କିଛିନା କିଛି ଭାଇରାଲ ରୋଗର ଆକ୍ରାନ୍ତ ହେବାର ଆଶଙ୍କା ବେଶୀ ରହୁଛି। ତେଣୁ ସେମାନେ କରୋନାରୁ ସୁସ୍ଥ ହେବାର ୧୫ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଭିଟାମିନଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ଫିଟ୍ ରଖିବା ଉଚିତ୍। କାରଣ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ବ୍ୟଥା, ଭୋକ ନହେବା, ଗଳାରେ ସମସ୍ୟା ଆଦି ଲାଗି ରହୁଛି। ତେଣୁ ନିଜକୁ ଫିଟ୍ ରଖିବା ନିମନ୍ତେ ବିବିଧପ୍ରକାରର ପୃଷ୍ଟିକର ଖାଦ୍ୟ ସହ ଭିଟାମିନଯୁକ୍ତ ଔଷଧ ମଧ୍ୟ ଖାଇବା ଜରୁରୀ।

ସେହିପରି ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି ହେଉଛି, ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତି ଚାହିଁଲେ ୩-୪ରୁ ସପ୍ତାହ ପରେ ନିଜର ପ୍ଲାଜମା ଦେଇପାରିବ। ଯାହାକି ଦୁର୍ବଳ ପ୍ରତିରୋଧକ କ୍ଷମତା ଥିବା କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବାରେ ସହାୟକ ହେବ।

ଡାକ୍ତର ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଯାହା ଦେହରେ ରୋଗ ପ୍ରତିରୋଧ ଶକ୍ତି ବେଶୀ ଥିବ,ତାଙ୍କଠି କରୋନା ଲକ୍ଷଣ ଦେଖାଯିବନାହିଁ। ତେଣୁ ସମସ୍ତେ ଏହି ସଂକ୍ରମଣକୁ ବିଷୟରେ ଜାଣିବା ସମ୍ଭବପର ନୁହେଁ କି ପରୀକ୍ଷା କରାଇବା ବି ଜରୁରୀ ନୁହେଁ। ମାତ୍ର ଯେଉଁମାନେ ଅନ୍ୟ ରୋଗରେ ପୂର୍ବରୁ ପୀଡ଼ିତ ଥିବେ ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନେ ତୁରନ୍ତ କୋଭିଡ୍ ପରୀକ୍ଷା କରାଇ ନେବା ଉଚିତ୍। ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସାମାନ୍ୟ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଇବା ଜରୁରୀ। ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବ ସେମାନେ କ୍ୱାରେଣ୍ଟାଇନରେ ରହି ଚିକିତ୍ସା କରିପାରିବେ।

ଯେଉଁମାନେ ସଂକ୍ରମିତ ହୋଇ ନିଜକୁ ହୋମ ଆଇସୋଲେସନରେ ରଖୁଛନ୍ତି ସେମାନେ ମାସ୍କ ପିନ୍ଧିବା ଜରୁରୀ। ନିଜ ଲୁଗାପଟା,ବାସନକୁ ନିୟମିତ ସାବୁନ ପାଣିରେ ଧୋଇବା ମଧ୍ୟ ଦରକାର। ନଚେତ୍ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି ବୋଲି ଡାକ୍ତର ରାଉତରାୟ କହିଛନ୍ତି।

Related story