ମୋତେ ବାହାହେବେ ବୋଲି ଥଣ୍ଡାରେ ନିଶା ଦେଇ ଏମିତି କରିଛନ୍ତି...

ଖୋର୍ଦ୍ଧା(ବଳରାମ ଲେଙ୍କା): “ ଆମ ଘର ପାଖରେ ଗୋଟେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିଥିଲା। ମୁଁ ସେଠିକୁ ପଢିବାକୁ ଯାଉଥିଲି। ଆମ କମ୍ପ୍ୟୁଟର ସାର୍‌ ସୁମନ୍ତ କୁମାର ଜେନା ମତେ ବାହାହେବେ ବୋଲି ଏମିତି କାଣ୍ଡ କରିଛନ୍ତି। ଥଣ୍ଡାରେ ନିଶା ଦେଇ ମୋ ଅଶ୍ଲିଳ ଫଟୋ ଉଠାଇ ଭାଇରାଲ କରିଛନ୍ତି।” ଖୋର୍ଦ୍ଧା ନରଣଗଡ଼ଠାରେ ଥିବା ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢୁଥିବା ଜଣେ ଛାତ୍ରୀ ଏମିତି ଅଭିଯୋଗ ଆଣିଛନ୍ତି। ବିବାହ ପାଇଁ ରାଜି ନ ହେବାରୁ ତାଙ୍କୁ ନିଶା ଦେଇ […]

computer

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 07:30 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): “ ଆମ ଘର ପାଖରେ ଗୋଟେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିଥିଲା। ମୁଁ ସେଠିକୁ ପଢିବାକୁ ଯାଉଥିଲି। ଆମ କମ୍ପ୍ୟୁଟର ସାର୍‌ ସୁମନ୍ତ କୁମାର ଜେନା ମତେ ବାହାହେବେ ବୋଲି ଏମିତି କାଣ୍ଡ କରିଛନ୍ତି। ଥଣ୍ଡାରେ ନିଶା ଦେଇ ମୋ ଅଶ୍ଲିଳ ଫଟୋ ଉଠାଇ ଭାଇରାଲ କରିଛନ୍ତି।”

ଖୋର୍ଦ୍ଧା ନରଣଗଡ଼ଠାରେ ଥିବା ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢୁଥିବା ଜଣେ ଛାତ୍ରୀ ଏମିତି ଅଭିଯୋଗ ଆଣିଛନ୍ତି। ବିବାହ ପାଇଁ ରାଜି ନ ହେବାରୁ ତାଙ୍କୁ ନିଶା ଦେଇ ଅଶ୍ଲିଳ ଭିଡିଓ ଉଠାଇ ଭାଇରାଲ କରିଛନ୍ତି କମ୍ପ୍ୟୁଟର ପ୍ରଶିକ୍ଷକ। ଘଟଣା ସମ୍ପର୍କରେ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା।

ସୂଚନାଯୋଗ୍ୟ ଯେ, ଛାତ୍ରୀଙ୍କୁ ଏହି ବ୍ୟକ୍ତି ଜଣକ ପ୍ରଥମେ ବିବାହ ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ଛାତ୍ରୀ ଜଣକ ରାଜି ହେବେନି ଜାଣି ସେ ତାଙ୍କୁ କ୍ଲାସରେ ଥଣ୍ଡା ପିଇବାକୁ ଦେଇଥିଲେ। ଏହି ପାନୀୟରେ ପୂର୍ବରୁ ନିଶାଦ୍ରବ୍ୟ ମିଶିଥିବାରୁ ଛାତ୍ରୀ ଜଣକ ପିଉ ପିଉ ଚେତା ହରାଇଥିଲେ। ଏହାର ସୁଯୋଗ ନେଇ ସୁମନ୍ତ ଛାତ୍ରୀଙ୍କ ଦେହରୁ ଡ୍ରେସ୍‌ ଖୋଲି କିଛି ଅଶ୍ଲିଳ ଫଟୋ ଉଠାଇ ନେଇଥିଲେ। ପରେ ଏହି ଫଟୋ ଦେଖାଇ ବିବାହ କରିବାକୁ ଜିଦ୍‌ ଧରିଥିଲେ। ହେଲେ ଛାତ୍ରୀ ଜଣକ ଅରାଜି ହେବାରୁ ଏହି ଫଟୋ ସବୁ ସେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଜଙ୍କିଆ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା କହିଛି ପୋଲିସ୍‌।

 

Related story