ଜଳସମ୍ପଦ ବିଭାଗର ୪ଟି ଅନଲାଇନ୍ ସେବାକୁ ଲୋକାର୍ପିତ, କିନ୍ତୁ ଖୋଲୁନି ଅନଲାଇନ ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫାଇଭ-ଟି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ବିଭାଗକୁ ସିଧାସଳଖ ଯୋଡ଼ିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଳସମ୍ପଦ ବିଭାଗର ୪ଟି ଅନଲାଇନ ସେବାକୁ ଲୋକାର୍ପିତ କରିଛନ୍ତି । ଜଳସେଚନ ସମସ୍ୟା ସମ୍ପର୍କରେ ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀମାନେ ଜଳସମ୍ପଦ ବିଭାଗକୁ ଜଣାଇ ପାରିବେ ଓ ଆଉ ଚାଷୀକୁ ଅଫିସକୁ ଦୌଡ଼ିବାକୁ ଦରକାର ହେବ ନାହିଁ । ଏଥିପାଇଁ ଚାଷୀଙ୍କ ନିମନ୍ତେ ଅନଲାଇନ୍ ଅଭିଯୋଗ ପରିଚାଳନା ବ୍ୟବସ୍ଥା ‘ସେଚ ସମାଧାନ’ […]

naveen

Manoranjan Sial
  • Published: Monday, 09 November 2020
  • , Updated: 09 November 2020, 09:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫାଇଭ-ଟି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ବିଭାଗକୁ ସିଧାସଳଖ ଯୋଡ଼ିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଳସମ୍ପଦ ବିଭାଗର ୪ଟି ଅନଲାଇନ ସେବାକୁ ଲୋକାର୍ପିତ କରିଛନ୍ତି ।

ଜଳସେଚନ ସମସ୍ୟା ସମ୍ପର୍କରେ ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀମାନେ ଜଳସମ୍ପଦ ବିଭାଗକୁ ଜଣାଇ ପାରିବେ ଓ ଆଉ ଚାଷୀକୁ ଅଫିସକୁ ଦୌଡ଼ିବାକୁ ଦରକାର ହେବ ନାହିଁ । ଏଥିପାଇଁ ଚାଷୀଙ୍କ ନିମନ୍ତେ ଅନଲାଇନ୍ ଅଭିଯୋଗ ପରିଚାଳନା ବ୍ୟବସ୍ଥା ‘ସେଚ ସମାଧାନ’ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ‘ସେଚ ସମାଧାନ’ ସମେତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥାମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପ୍ରକ୍ରିୟା, ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏପରି ୪ଟି ଗୋଟି ଅନଲାଇନ୍ ସେବା ବ୍ୟବସ୍ଥାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ହୋଇଛି ।

ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଗୋ-ସ୍ୱିଫ୍ଟ ପୋର୍ଟାଲକୁ ବିକଶିତ କରାଯାଇଛି । ଏହା ଜରିଆରେ ସେମାନେ ଅନଲାଇନ୍ ଆବେଦନ କରିପାରିବେ ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବଣ୍ଟନ ପାଇଁ ମଧ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଅନଲାଇନ ପୋର୍ଟାଲ ବିକଶିତ କରାଯାଇଛି । ଏହି ପୋର୍ଟାଲ water allocationod.nic.in ଜରିଆରେ ଆବେଦନକାରୀମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇ ପାରିବ ।

ଅନ୍ୟପକ୍ଷରେ, ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବଣ୍ଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଜି ବିଭାଗର ଯେଉଁ water allocationod.nic.in ପୋର୍ଟାଲକୁ ଶୁଭାରମ୍ଭ କଲେ ତାହା କାର୍ଯ୍ୟ କରୁନି । ଏହି ଅନଲାଇନ୍ ପୋର୍ଟାଲ ଏବେ ଅକାମୀ ଥିବା ଜଣାପଡ଼ିଛି ।

Related story