ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ । କୁପୋଷଣ ଓ ରକ୍ତହୀନତାର ମୁକାବିଲା ଲାଗି ପିଡିଏସ୍‌ରେ ଏଣିକି ଆଇରନ ଓ  ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୁପୋଷଣର ଇଲାକା ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ ବଣ୍ଟାଯିବ । ପରେ ସବୁ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀଙ୍କୁ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି […]

k-11-1

k-11-1

Tapas Behera
  • Published: Thursday, 08 August 2019
  • Updated: 08 August 2019, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ । କୁପୋଷଣ ଓ ରକ୍ତହୀନତାର ମୁକାବିଲା ଲାଗି ପିଡିଏସ୍‌ରେ ଏଣିକି ଆଇରନ ଓ  ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୁପୋଷଣର ଇଲାକା ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ ବଣ୍ଟାଯିବ । ପରେ ସବୁ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀଙ୍କୁ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ତେବେ ପୁଷ୍ଟିହୀନତାର ଶିକାର ହୋଇନଥିବା ଶିଶୁଙ୍କୁ ଅଧିକ ମାତ୍ରାରେ ଭିଟାମିନ୍ ଓ ଆଇରନ୍ ଚାଉଳ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ।

ଗତ ମାସରେ ମାଲକାନଗିରି ଜିଲ୍ଲାରେ ୭୭୦ ଜଣ ଅପପୃଷ୍ଟି ଶିକାର ହୋଇଥିବା ରିପୋର୍ଟ ଆସିଛି। ୧୫ ହଜାରରୁ ଅଧିକ ପିଲାଙ୍କ ଓଜନ ବୟସ ଅନୁପାତରେ କମ୍ ରହିଛି। ସେପଟେ ନଗଡ଼ାର ଅପପୁଷ୍ଟି ପୀଡିତ ଶିଶୁଙ୍କ ଚିତ୍ର ପଦାକୁ ଆସିବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଇରନ ଓ  ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବ ଯୋଗାଣ ବିଭାଗ। ଏହାର ଟର୍ମ ଅଫ୍ ରେଫରେନସ୍ ବି ଚୂଡ଼ାନ୍ତ ହୋଇଛି । ଏହା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦିଆଯାଉଥିବା ଟଙ୍କିକିଆ ଚାଉଳରେ ଏଣିକି ମିଶିବ ଆଇରନ, ଭିଟାମିନ୍ ବି-୧୨ ଓ ଫଲିକ୍ ଏସିଡ୍ । ପାଇଲଟ୍ ପ୍ରୋଜେକ୍ଟ ଭାବେ ମାଲକାନଗିରି ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇଛି । ପରେ ସବୁ ଜିଲ୍ଲାରେ ଯୋଜନାକୁ ଲାଗୁ  କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ରାଜ୍ୟରେ ଅପପୁଷ୍ଟିର ସ୍ଥିତି ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ବିଧାନସଭାରେ ରଖିଥିବା ତଥ୍ୟ ଉଦ୍‌ବେଗଜନକ ରହିଛି। ଚଳିତ ବର୍ଷ ୨୬ ହଜାର ୮୮୭ ଅତିଶୟ ପୃଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରାଯାଇଛି । ତେବେ କୁପୋଷଣ ନିରାକରଣ ପାଇଁ ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ତେବେ ପୁଷ୍ଟିହୀନତାର ଶିକାର ହୋଇନଥିବା ଶିଶୁଙ୍କୁ ଅଧିକ ମାତ୍ରାରେ ଭିଟାମିନ୍ ଓ ଆଇରନ୍ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ। ଅପପୁଷ୍ଟିଗ୍ରସ୍ତ ଜିଲ୍ଲାରେ ଅଣ୍ଡା, ଛତୁଆ, ମାଣ୍ଡିଆ, ବେସନ-ଅଟା ଲଡୁ ଦେବା ସହ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ବି ଦିଆଯାଉଛି । ତା’ସତ୍ତ୍ୱେ ବି କମୁନି କୁପୋଷଣ।  ତେବେ ଭିଟାମିନ୍ ଯୁକ୍ତ ଚାଉଳ ଦ୍ୱାରା ସ୍ଥିତି କେତେ ସୁଧୁରୁଛି ତା ଉପରେ ନଜର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos