ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ଭିଏଲ୍‌ଉବ୍ଲ୍ୟୁ

Ordigital Desk
  • Published: Thursday, 26 April 2018
  • , Updated: 26 April 2018, 09:23 AM IST
<p>କେନ୍ଦୁଝର( ଓଡ଼ିଶା ରିପୋର୍ଟର): ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗରେ ଜଗମୋହନପୁରର ଭିଏଲଡବ୍ଲ୍ୟୁ ତାରକାନ୍ତ ବେହେରାଙ୍କୁ ଗିରଫ କରିଛି ତେଲକୋଇ ପୋଲିସ। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ଫେରାର ଅଛନ୍ତି। ପଞ୍ଚାୟତରେ ଗ୍ରାମସଭା ଏବଂ କାର୍ଯ୍ୟ ବଣ୍ଟନରେ ଅନିୟମିତତାକୁ ବିରୋଧ କରିଥିଲେ ସମିତି ସଭ୍ୟା ପୁଷ୍ପାଞ୍ଜଳି। ଏଥିପାଇଁ ପୁଷ୍ପାଞ୍ଜଳିଙ୍କୁ ଗ୍ରାମସଭାରୁ ଧକ୍କା ମାରି ବାହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିଲା। ସମିତିସଭ୍ୟାଙ୍କୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ବିଭିନ୍ନ ମୋବାଇଲକୁ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ସମିତିସଭ୍ୟା ଆଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଭିଏଲଡବ୍ଲ୍ୟୁ ତାରାକାନ୍ତ। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story