ଭିଏଲଡବ୍ଲ୍ୟୁ ସୁଚିସ୍ମିତା ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ଭଦ୍ରକ: ଗତ ୧୮ ତାରିଖରେ ଘଟିଥିବା ଭିଏଲଡବ୍ଲ୍ୟୁ ସୁଚିସ୍ମିତା ପୁହାଣ ହତ୍ୟାକାଣ୍ଡରେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅମଳେନ୍ଦୁ ପଲାଇ (୩୧) ଓ ତାଙ୍କ ପତ୍ନୀ ସୁମିତ୍ରା ପଲାଇ। ଏ ଦୁହେଁ ହେଉଛନ୍ତି ଭଦ୍ରକ ଜିଲ୍ଲା ବଂଶଡ଼ା ଥାନା ଅନ୍ତର୍ଗତ ଚିଆନିପଲି ଗାଁର। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ସୁଚିସ୍ମିତା ପୁହାଣ ଭଦ୍ରକ ସଦର ବ୍ଲକରେ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଭିଏଲଡବ୍ଲ୍ୟୁ ଭାବେ ଯୋଗ ଦେଇଥିଲେ। ତେବେ […]

balasore

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 02:08 PM IST

ଭଦ୍ରକ: ଗତ ୧୮ ତାରିଖରେ ଘଟିଥିବା ଭିଏଲଡବ୍ଲ୍ୟୁ ସୁଚିସ୍ମିତା ପୁହାଣ ହତ୍ୟାକାଣ୍ଡରେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅମଳେନ୍ଦୁ ପଲାଇ (୩୧) ଓ ତାଙ୍କ ପତ୍ନୀ ସୁମିତ୍ରା ପଲାଇ। ଏ ଦୁହେଁ ହେଉଛନ୍ତି ଭଦ୍ରକ ଜିଲ୍ଲା ବଂଶଡ଼ା ଥାନା ଅନ୍ତର୍ଗତ ଚିଆନିପଲି ଗାଁର।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ସୁଚିସ୍ମିତା ପୁହାଣ ଭଦ୍ରକ ସଦର ବ୍ଲକରେ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଭିଏଲଡବ୍ଲ୍ୟୁ ଭାବେ ଯୋଗ ଦେଇଥିଲେ। ତେବେ ଗତ ଦୁଇ ମାସ ହେଲା ସେ ଆର.ଏନ ବେତାରାରେ ଭିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରି ଆସୁଥିଲେ। ଘଟଣା ଦିନ ସୁଚିସ୍ମିତା ନିଜ ଗାଁ ଖେଦୁଆଲପୁରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ସେତେବେଳେ ସେଠାରେ ଆସି ପହଞ୍ଚିଥିଲେ ଅଭିଯୁକ୍ତ ଅମଳେନ୍ଦୁ। ସେ ଏକ ମହିନ୍ଦ୍ରା ମାକ୍ସିମୋ ଗାଡ଼ିରେ ଆସିଥିଲା। ଗାଡ଼ି ଚଲାଉଥିଲେ ଶଶିକାଦେଇପୁର ଗାଁର ରଂଜନ ଘଡେଇ। ସୁଚିସ୍ମିତା ଓ ଅମଳେନ୍ଦୁ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ତେଣୁ ଅମଳେନ୍ଦୁ ଡାକିବା ପରେ ସୁଚିସ୍ମିତା ଗାଡ଼ିରେ ଚଢ଼ିଥିଲେ। ଉଭୟ ଯାଇ ମଝି ସିଟରେ ବସି ଥିଲେ। କିଛି ବାଟ ଯିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ତା’ପରେ ପଦ୍ମପୁର ଛକ ପାର ହେଉଥିବା ବେଳେ ଡ୍ରାଇଭର ରଞ୍ଜନ ଏକ ଚିତ୍କାର ଶୁଣିଲେ। କ’ଣ ହେଲା ବୋଲି ସେ ପଚାରିବାରୁ ଅମଳେନ୍ଦୁ କହିଥିଲା, କିଛି ହୋଇନି। ସୁଚିସ୍ମିତା ଅଚେତ ହୋଇପଡ଼ିଛି। ଆମେ ଆଜି ଧାମରା ଯାଇ ମା’ଧାମରାଇ ମନ୍ଦିରରେ ବିବାହ କରିବୁ। ତା’ପରେ ରଂଜନଙ୍କୁ ତାଙ୍କ ଗାଁ ଶଶିକାଦେଇପୁରରେ ଓହ୍ଲାଇ ଦେଇଥିଲା ଅମଳେନ୍ଦୁ। ରାତିରେ ନିଜ ସ୍ତ୍ରୀ ସୁମିତ୍ରାଙ୍କ ସହିତ ମିଶି ସୁଚିସ୍ମିତାଙ୍କ ମୃତଦେହକୁ ଏନଏଚ-୫ରେ ନୈନଜୁରୀ ନିକଟରେ ଫୋଫାଡ଼ି ଦେଇଥିଲେ।

Related story