ଆସିକା/ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ନିଜ ଲୋକଙ୍କୁ ପାଖରୁ ଦୂରେଇ ଦେଉଛି ମହାମାରୀ। ଫଳରେ ମହାମାରୀ ଶିକାର ହୋଇ ଆଖି ବୁଜିଲେ କାନ୍ଧ ଦେବାକୁ ପରିବାର ଲୋକ କି ସାହି ପଡ଼ିଶା ଆଗେଇ ଆସୁ ନାହାନ୍ତି। ଫଳରେ ଏପରି ସ୍ଥିତିରେ ସାହାରା ପାଲଟୁଛନ୍ତି ସ୍ୱେଚ୍ଛାସେବୀ। ନିଜ ପୁଅ ପୁତୁରା ମୁଖାଗ୍ନି ଦେବାକୁ ଡରୁଥିବା ବେଳେ ଶେଷକୃତ କରୁଛନ୍ତି ସ୍ୱେଚ୍ଛାସେବୀ। କରୋନା ମହାମାରୀ ସମୟରେ ଏପରି କରୁଣ ଚିତ୍ର ବି ଦେଖିବାକୁ ମିଳୁଛି।
କରିଛନ୍ତି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଆସିକା ବାବନପୁର ଅଞ୍ଚଳରେ। କରୋନାରେ ମୃତ୍ୟୁ ପରେ ପାଖ ପଡ଼ୋଶୀ କାନ୍ଧ ନ ଦେବାରୁ ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ମୃତକ ହେଲେ ତଅଁର ଗାଁର ରାମକୃଷ୍ଣ ପାଢ଼ୀ। ସେ କରୋନାରେ ଆକ୍ରାନ୍ତ ହେବା ପରେ ଗତ ୧ ତାରିଖରେ ନିକଟସ୍ଥ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଆସିକା ତହସିଲଦାର ଓ ଏନ୍ଏସି କର୍ମଚାରୀ ଏ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ମାତ୍ର ପରିବାର ପକ୍ଷରୁ କେବଳ ମୃତକଙ୍କ ପୁଅ ହିଁ ଆସିଥିଲେ । ପରେ ପ୍ରଶାସନର ଅନୁରୋଧ କ୍ରମେ ସ୍ୱେଚ୍ଛାସେବୀମାନେ ଶବ ସତ୍କାର କରିଥିଲେ । ପିପିଇ କିଟ୍ ପିନ୍ଧି ମୃତକଙ୍କ ପୁଅ ମୁଖାଗ୍ନି ଦେଇଥିଲେ।
ସେହିପରି ଗଂଜାମ ଭଂଜନଗରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ। କରୋନା ସନ୍ଦେହରେ ମୃତଦେହ ଛୁଇଁଲେନି ପରିବାର ଲୋକେ॥ ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ମୃତକ ହେଲେ ସୋରଡ଼ା ସହରର ସୁଶାନ୍ତ ମିଶ୍ର।
[caption id="attachment_641377" align="aligncenter" width="650"]
ସୂଚନା ଅନୁଯାୟୀ, ସୁଶାନ୍ତ ଜ୍ୱରରେ ପୀଡ଼ିତ ଥିଲେ । ପ୍ରଥମେ ତାଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା । କୋଭିଡ ଲକ୍ଷଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା । ମାତ୍ର କରୋନା ଟେଷ୍ଟ ହେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କରୋନା ସନ୍ଦେହରେ ପରିବାର ଲୋକେ ମୃତଦେହ ନ ଛୁଇଁବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଙ୍ଗ ହ୍ୟାଣ୍ଡର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ ।