କୋଭିଡ଼ କଟକଣାରେ ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ କଟକଣା ସହ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ […]

evm-1..

Niharika Rout
  • Published: Tuesday, 10 November 2020
  • , Updated: 10 November 2020, 08:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ କଟକଣା ସହ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ।

ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ଆରମ୍ଭ ହୋଇଥିବା ବେଳେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ ଗଣତି ।

ତିର୍ତ୍ତୋଲରେ ୩୭୩ ଓ ବାଲେଶ୍ୱରେ ୩୪୬ଟି ବୁଥ୍ ରହିଛି । ତେବେ ଗଣତି ଶେଷରେ ପ୍ରତି ନିର୍ବାଚନମଣ୍ଡଳୀର ଯେକୌଣସି ୫ଟି ବୁଥ୍‌ରେ ଭିଭିପ୍ୟାଟ୍‌ ଗଣନା କରାଯିବ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

Related story