୬୩ କେନ୍ଦ୍ରରେ ଭୋଟ ଗଣତି : ସିଇଓ

vote will be count on 63 counter

rrr

rrr

Tapas Behera
  • Published: Tuesday, 21 May 2019
  • Updated: 21 May 2019, 02:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ ବୋଲି  ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି । ଏକକାଳୀନ ଲୋକସଭା ଏବଂ ବିଧାନସଭା ଗଣତି ହେଉଥିବାରୁ ଗୋଟିଏ ହଲରେ ୭+୭ ମୋଟ ୧୪ଟି ଟେବୁଲ ରହିବ।

୭ଟି ଟେବୁଲରେ ଲୋକସଭା, ୭ଟି ଟେବୁଲରେ ବିଧାନସଭା ଗଣତି କରାଯିବ। ନିର୍ବାଚନ କମିଶନଙ୍କ ଅନୁମତିରେ କିଛି ଜାଗାରେ ଟେବୁଲ ବଢ଼ିଛି। ତେଣୁ ୪୧୧ ଟେବୁଲ ବଢ଼ିଛି ଏବଂ ୨୪୬୨ ଟେବୁଲରେ ଗଣତି କରାଯିବ ବୋଲି ସିଇଓ କହିଛନ୍ତି। ବୁଥ୍ ସଂଖ୍ୟାକୁ ଦେଖି ରାଉଣ୍ଡ କରାଯିବ ଏବଂ ରେଜଲ୍ଟ ଆସିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos