ବାଲେଶ୍ୱରରେ ୫୪.୮୫% ଓ ତିର୍ତ୍ତୋଲରେ ୫୫.୨୩% ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଭୋଟଗ୍ରହଣ ଜାରି ରହିଛି। ଦିନ ୩ଟା ସୁଦ୍ଧା ହାରାହାରି ୫୫.୦୪% ମତଦାନ ହୋଇଛି। ବାଲେଶ୍ୱରରେ ଦିନ ୩ଟା ସୁଦ୍ଧା ୫୪.୮୫% ଓ ତିର୍ତ୍ତୋଲରେ ଦିନ ୩ଟା ସୁଦ୍ଧା ୫୫.୨୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସାମାଜିକ ଦୂରତ୍ୱ, ମାସ୍କ […]

voting

Manoranjan Sial
  • Published: Tuesday, 03 November 2020
  • , Updated: 03 November 2020, 03:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଭୋଟଗ୍ରହଣ ଜାରି ରହିଛି। ଦିନ ୩ଟା ସୁଦ୍ଧା ହାରାହାରି ୫୫.୦୪% ମତଦାନ ହୋଇଛି। ବାଲେଶ୍ୱରରେ ଦିନ ୩ଟା ସୁଦ୍ଧା ୫୪.୮୫% ଓ ତିର୍ତ୍ତୋଲରେ ଦିନ ୩ଟା ସୁଦ୍ଧା ୫୫.୨୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ପୂର୍ବରୁ ବୁଥ୍‌ଗୁଡ଼ିକୁ ସାନିଟାଇଜ କରାଯାଇଛି।

ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି। ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ମତଦାତା ଭୋଟ୍ ଦେଉଛନ୍ତି। ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ ଦେଇପାରିବେ। ପୂର୍ବରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଭୋଟ୍ ଦେଇପାରିବେ।

ଅପରପକ୍ଷେ, ବାଲେଶ୍ୱରରେ ପୁଲିସ୍‌ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ହେବା ପରେ ସଂପୃକ୍ତ ବୁଥ୍‌ରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ବିଏଲ୍ଓ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା କହିଲେ ନିର୍ବାଚନ କମିଶନ।

Related story