ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିଲା ପଞ୍ଚାୟତ ନିର୍ବାଚନ, ମେ’ ୨୭ରେ ପଡ଼ିବ ଭୋଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପଞ୍ଚାୟତ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମେ’ ୨୭ ତାରିଖରେ ସେହି ସବୁ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏଥିପାଇଁ ଏପ୍ରିଲ୍ ୨୬ ତାରିଖରେ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିବେ। ଏପ୍ରିଲ ୨୯ରୁ ମେ’ ୨ ପର୍ଯ୍ୟନ୍ତ […]

Vote Box

Vote Box

Jitendra Garnayak
  • Published: Thursday, 21 April 2022
  • Updated: 21 April 2022, 06:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପଞ୍ଚାୟତ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ମେ’ ୨୭ ତାରିଖରେ ସେହି ସବୁ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏଥିପାଇଁ ଏପ୍ରିଲ୍ ୨୬ ତାରିଖରେ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିବେ। ଏପ୍ରିଲ ୨୯ରୁ ମେ’ ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ। ମେ’ ୪ରେ ସେଗୁଡ଼ିକର ଯାଞ୍ଚ କରାଯିବ। ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ହୋଇପାରିବ। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇବ।

ମେ’ ୨୭ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ କରାଯିବ। ୨୮ ତାରିଖରେ ଭୋଟ୍ ଗଣତି ସହିତ ଫଳାଫଳ ଘୋଷଣା କରାଯିବ। ମେ’ ୩୧ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଯେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ପୁନର୍ବାର ନାମାଙ୍କନ ପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ।

ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ଏପ୍ରିଲ୍‌ ୨୧ ତାରିଖ ଅର୍ଥାତ୍ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ମେ’ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos