ସମ୍ବଲପୁର (ସଞ୍ଜୟ ଜେନା ): ମହଙ୍ଗା ପଡ଼ିଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ। ଜୁଲାଇ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି ଆନ୍ଦୋଳନରେ ସାମିଲ ଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।
କୁଳପତିଙ୍କ ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ ବହୁ ଅଧ୍ୟାପକ ଓ ଅଧ୍ୟାପିକା। ଏଥିପାଇଁ ସେମାନେ ଗତ ଜୁଲାଇ ୨୫ ତାରିଖରୁ ତିନି ଦିନ ଧରି ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇଥିଲେ। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା। ଫଳରେ ଉକ୍ତ ୩ ଦିନର ଦରମା କାଟିବା ପାଇଁ ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି।
ଭିସୁଟ୍ର ‘ନୋ ୱାର୍କ, ନୋ ପେ’ ନିୟମ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏହି ଘଟଣାରେ ପୂର୍ବରୁ ୪ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର
ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ।
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।