ବିଜେଡି ପୌରାଧ୍ୟକ୍ଷାଙ୍କୁ ଧମକାଇଲେ ବିଜେଡି କାଉନ୍‌ସିଲରଙ୍କ ସ୍ୱାମୀ: ପ୍ରତିବାଦରେ ବାହାରିଲେ ମହିଳା

ଯାଜପୁର (ଅଭୟ ପତି): “ମାଆକୁ ସମ୍ମାନ, ଗାଁକୁ କାମ।” ଏପରି ସ୍ଲୋଗାନ ଦେଉଛି ବିଜେଡି। ହେଲେ ଉପକୂଳ ଓଡ଼ିଶାରେ ବିଜେଡି ନେତା ନାରୀଙ୍କୁ କେମିତି ସମ୍ମାନ ଦେଉଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ବିଜେଡିର ଜଣେ ମହିଳା କାଉନ୍‌ସିଲରଙ୍କ ସ୍ୱାମୀ, ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଅଫିସ୍‌ରେ ପଶି ଦୁର୍ବ୍ୟବହାର କରିବା ସହିତ, ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛି। ଏହା […]

mana bhai

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 04:32 PM IST

ଯାଜପୁର (ଅଭୟ ପତି): “ମାଆକୁ ସମ୍ମାନ, ଗାଁକୁ କାମ।” ଏପରି ସ୍ଲୋଗାନ ଦେଉଛି ବିଜେଡି। ହେଲେ ଉପକୂଳ ଓଡ଼ିଶାରେ ବିଜେଡି ନେତା ନାରୀଙ୍କୁ କେମିତି ସମ୍ମାନ ଦେଉଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ବିଜେଡିର ଜଣେ ମହିଳା କାଉନ୍‌ସିଲରଙ୍କ ସ୍ୱାମୀ, ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଅଫିସ୍‌ରେ ପଶି ଦୁର୍ବ୍ୟବହାର କରିବା ସହିତ, ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛି। ଏହା ବିରୋଧରେ ଆଜି ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ମହିଳାଙ୍କ ସମ୍ମାନ ଦେଶର ମାନ’ ଓ ‘ଦୋଷୀକୁ ଦଣ୍ଡ’ ପ୍ରମୁଖ ସ୍ଲୋଗାନ ଦେଇ ସେମାନେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ମହିଳାମାନେ ଦାବି କରିଥିଲେ। ନହେଲେ ଆଗାମୀ ଦିନରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ। ଏପରିକି ନବୀନ ନିବାସରେ ଧସେଇ ପଶିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ପୂରା ଘଟଣାଟି ଏମିତି। ଗତ ୮ ତାରିଖରେ ବ୍ୟାସନଗର ପୌର କାର୍ଯ୍ୟାଳୟରେ ବୈଠକ ଚାଲିଥିଲା। ଏହି ସମୟରେ ଜଣେ ମହିଳା ବିଜେଡି କାଉନ୍‌ସିଲରଙ୍କ ସ୍ୱାମୀ ଦେବେନ୍ଦ୍ର ସାମଲ (ବିଟୁ), ପୌରାଧ୍ୟକ୍ଷା ସବିତା ରାଉତଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏନେଇ ପୌରାଧ୍ୟକ୍ଷା ଯାଜପୁର ରୋଡ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପ୍ରତିବାଦରେ ତାଙ୍କ ପତ୍ନୀ ଦେବେନ୍ଦ୍ରଙ୍କୁ ସମର୍ଥନ କରି ପାଲଟା ପୌରାଧ୍ୟକ୍ଷାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।

ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ହେଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଛି। ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ପୌର କାର୍ଯ୍ୟାଳୟ ଘେରାଉ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Related story