ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ଜିଲାରେ କେଉଁ ମନ୍ତ୍ରୀ ପରେଡ଼ ଅଭିବାଦନ ଗ୍ରହଣ କରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଛି।
କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୋଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପତାକା ଉତ୍ତୋଳନ କରିବେ। ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାରାଣ୍ଡି ପତାକା ଉତ୍ତୋଳନ କରିବେ।
ସେହିପରି କନ୍ଧମାଳରେ ସୁଶାନ୍ତ ସିଂହ, ବଲାଙ୍ଗିରରେ ନବ ଦାସ, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର,ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ରଞ୍ଜନ ଦାସ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ ଓ ଗଜପତିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।