ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କରିବାକୁ ଅମିତ ଶାହଙ୍କ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପାଳନ କରୁଛି ବିଜେପି। ମହାମାରୀ ‘କରୋନା’ ପାଇଁ ପ୍ରଥମ ବର୍ଷକୁ ବିଜେପି ଏହାକୁ ଭର୍ଚୁଆଲ୍‌ ରାଲି ଜରିଆରେ ପାଳନ କରୁଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ରେ ପରିଣତ କରିବା ପାଇଁ ଶ୍ରୀ ଶାହ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ପ୍ରମୁଖ ବରପୁତ୍ରଙ୍କୁ ସ୍ମରଣ […]

bjp

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 05:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପାଳନ କରୁଛି ବିଜେପି। ମହାମାରୀ ‘କରୋନା’ ପାଇଁ ପ୍ରଥମ ବର୍ଷକୁ ବିଜେପି ଏହାକୁ ଭର୍ଚୁଆଲ୍‌ ରାଲି ଜରିଆରେ ପାଳନ କରୁଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ରେ ପରିଣତ କରିବା ପାଇଁ ଶ୍ରୀ ଶାହ ଆହ୍ୱାନ ଦେଇଛନ୍ତି।

ଓଡ଼ିଶାର ପ୍ରମୁଖ ବରପୁତ୍ରଙ୍କୁ ସ୍ମରଣ କରିବା ସହ ସମ୍ରାଟ ଅଶୋକଙ୍କୁ ପ୍ରିୟଦର୍ଶୀ ବନାଇଥିବା ମହାନ ମାଟିକୁ ପ୍ରଣାମ ଜଣାଇ ଶ୍ରୀ ଶାହ ତାଙ୍କ ଭର୍ଚୁଆଲ୍‌ ଉଦ୍‌ବୋଧନ ଆରମ୍ଭ କରିଥିଲେ। ଆସନ୍ତୁ ଜାଣିବା ଭର୍ଚୁଆଲ୍‌ ରାଲିରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଶାହ ଆଉ କ’ଣ ସବୁ କହିଛନ୍ତି।

- ଆମେ ଯେବେ ବି ସରକାର କରିଛୁ, ଲୋକଙ୍କୁ ହିସାବ ଦେଇଛୁ।
-ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ମୋଦିଙ୍କ ହାତ ମଜବୁତ କରିଛନ୍ତି।

-ଓଡ଼ିଶା ୩୮.୪ ପ୍ରତିଶତ ଭୋଟ ଓ ୮ଟି ଲୋକସଭା ସିଟ୍‌ ଦେଇଛି।
-୯୧ ଲକ୍ଷରୁ ଅଧିକ ଲୋକ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି।
-ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଆମେ ନିଶ୍ଚିତ କରିବୁ।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି।
-ମୋଦି ଆସିବା ବେଳକୁ ୬୦ କୋଟି ଲୋକଙ୍କ ବ୍ୟାଙ୍କ ଖାତା ନଥିଲା।
-ଏବେ ୩୧ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି।
-ଡିବିଟି ଜରିଆରେ ଗରିବ ଲୋକଙ୍କୁ ସିଧାସଳଖ ଲାଭ ପହଞ୍ଚା ଯାଉଛି।
-ଉଜ୍ଜ୍ୱଳା ଯୋଜନାରେ ୮ କୋଟି ଗରିବ ମା’ଙ୍କୁ ରୋଷେଇ ଗ୍ୟାସ୍‌ ମିଳିଛି।
-ଧୂଆଁରେ ଜର୍ଜରିତ ଗରିବ ମା ଏବେ ଶାନ୍ତିର ନିଶ୍ୱାସ ନେଇପାରୁଛି।
-୨୦ ହଜାର ଗାଁ ଓ ଅଢ଼େଇ କୋଟି ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି।
-୧୦ କୋଟି ଗରିବଙ୍କ ଘରେ ଶୌଚାଳୟ କରାଯାଇଛି।
-ପ୍ରତି ଘରକୁ ଗ୍ୟାସ୍, ବିଜୁଳି ଓ ଶୌଚାଳୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
-ଆଗରୁ ଶତ୍ରୁ ଆକ୍ରମଣ କରୁଥିଲେ, ମୁଣ୍ଡ କାଟି ନେଇଯାଉଥିଲେ।
-ଉରି, ପୁଲୱମା ଆକ୍ରମଣ ହେଲା; ତୁରନ୍ତ ପ୍ରତିଶୋଧ ନିଆଗଲା।
-ଆଜି ମଧ୍ୟ ଓଡ଼ିଶାର ୪୨% ଲୋକଙ୍କ ଘରେ ପାଇପ୍‌ ପାଣି ପହଞ୍ଚି ନାହିଁ।
-ଦେଶର ୨୫ କୋଟି ଲୋକଙ୍କ ଘରେ ପାଇପ୍‌ ପାଣି ଦେବାକୁ ନିଷ୍ପତ୍ତି।
-ଧାରା ୩୭୦ ହଟାଇବାକୁ କେହି ହିମ୍ମତ କରିପାରୁନଥିଲେ।
-ମୋଦି ୩୭୦ ଏବଂ ୩୫ (କ)କୁ ଉଠାଇ ଫୋପାଡ଼ି ଦେଇଥିଲେ।
-ଯେବେ ୩୭୦ ହଟିଲା, ସେଦିନଠୁ କାଶ୍ମୀର ଭାରତର ମୁକୁଟମଣି ହେଲା।
-ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ କରିଛନ୍ତି।
-କିଛି ଦିନ ପରେ ଆକାଶଚୁମ୍ବି ଭବ୍ୟ ରାମ ମନ୍ଦିର ଠିଆ ହୋଇଥିବ।

-କୃଷକଙ୍କ ଋଣ ଛାଡ଼ ପାଇଁ ରାହୁଲ ଗାନ୍ଧି ବାରମ୍ବାର ଚିତ୍କାର କରୁଛନ୍ତି।
-ମୁଁ ରାହୁଲଙ୍କୁ ପଚାରିବାକୁ ଚାହେଁ, କେତେ ଋଣ ଛାଡ଼ କରିଛ?
-ମୋଦି ‘କିଷାନ ସମ୍ମାନ ନିଧି’ ଯୋଜନାରେ ୭୨ ହଜାର କୋଟି ଦେଇଛନ୍ତି।
-୯.୫ କୋଟି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସିଧା ପ୍ରଦାନ କରିଛନ୍ତି।
-କରୋନା ସାମ୍ନାରେ ବିଶ୍ୱର ବଡ଼ ବଡ଼ ଦେଶ ଧ୍ୱସ୍ତବିଧ୍ୱସ୍ତ ହୋଇଛନ୍ତି।
-ପ୍ରଧାନମନ୍ତ୍ରୀ ମୋଦି ସରକାର ସହ ଲୋକଙ୍କୁ ମଧ୍ୟ ସାଥିରେ ନେଇଛନ୍ତି।
-ଦେଶର ୧୩୦ କୋଟି ଲୋକ କରୋନା ବିରୋଧରେ ଲଢ଼ୁଛନ୍ତି।
-ଫଳସ୍ୱରୂପ ଆମର କରୋନା ବିରୋଧୀ ଲଢ଼େଇ ବହୁତ ଭଲ ଅଛି।
-ଆଜି ବିଶ୍ୱ ତୁଳନାରେ ଆମେ ବହୁତ ଭଲ ସ୍ଥିତିରେ ଅଛୁ।
-୩ ଲକ୍ଷରୁ ଅଧିକ ଓଡ଼ିଆ ଭାଇ ବିଭିନ୍ନ ସ୍ଥାନରୁ ଓଡ଼ିଶା ଫେରିଛନ୍ତି।

କରୋନା ମୁକାବିଲା ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ଶାହ
-ଆମର କୌଣସି ଗଲତି ଥାଇପାରେ, କିଛି ତ୍ରୁଟି କରିଥାଇପାରୁ। କିନ୍ତୁ ଆପଣମାନେ କଣ କରିଛନ୍ତି? ଲୋକଙ୍କୁ ହିସାବ ଦିଅନ୍ତୁ?
-ଦେଶର ଜନତାଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଦିଆଯାଇଛି।
-ଆପଣମାନେ କଣ ଦେଇଛନ୍ତି ବୋଲି ବିରୋଧୀଙ୍କୁ ପ୍ରଶ୍ନ କଲେ ଶାହ
-ଏକ ଦେଶ-ଏକ ରାସନ କାର୍ଡ ଲାଗୁ କରି ଗରିବଙ୍କୁ ଶକ୍ତି ଦେଇଛନ୍ତି ମୋଦି ସରକାର।
-୭୦ ବର୍ଷରେ କଣ କରିଛନ୍ତି ହିସାବ ଦେବାକୁ କହିଲେ ଅମିତ ଶାହା
-୫ ବର୍ଷରେ ଓଡ଼ିଶାକୁ ୫ ଲକ୍ଷ ୫୨ ହଜାର ୧୦୯ କୋଟି ଦିଆଯାଇଛି।
-ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ଅନେକ କାମ କରିଛନ୍ତି।
-ନିକଟରେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜରେ ଓଡ଼ିଶା ବହୁତ ଫାଇଦା ପାଇବ।
-ପାଇକ ସ୍ମାରକୀ ବିକାଶ ପାଇଁ ଶହେ କୋଟି ଟଙ୍କା ଦିଆଯାଇଛି।
-କୃଷକଙ୍କୁ ସର୍ବାଧିକ ଲାଭ ଦେବାକୁ ଫସଲ MSP ବୃଦ୍ଧି କରାଯାଇଛି।
-ଧାନ ଦର ବୃଦ୍ଧି କରାଯାଇଛି, ଏଥିରୁ ଓଡ଼ିଶା ଚାଷୀ ସର୍ବାଧିକ ଲାଭ ପାଇବେ।
-ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ।
-ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କଲେ ଗୃହମନ୍ତ୍ରୀ
-ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରାଇବାକୁ ପଡ଼ିବ।
-ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ ଭାବେ ବନାଇବାକୁ ଆହ୍ୱାନ
-ସଂଗଠନ ବିଜେପିର ପ୍ରାଣ। ଏବେ ସେବା ହିଁ ସଂଗଠନ ହେବା ଉଚିତ
-ବର୍ତ୍ତମାନ ସବୁ ବିଜେପି କାଯର୍ୟକର୍ତ୍ତା ସେବା ପାଇଁ ଆଗେଇ ଆସନ୍ତୁ।

Related story