ଜାଲରେ ଛନ୍ଦି ଚିତ୍କାର କରୁଥିଲା ଛୁଆ, ଅସହାୟ ହୋଇପଡ଼ିଥିଲା ମା’, ଆଉ ଶେଷରେ..

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରାଣୀପ୍ରେମର ଏକ ଦୃଶ୍ୟ ହୁଏତ ଆପଣ ଆଗରୁ କେବେ ଦେଖିନଥିବେ। ପୂରା ଭିଡିଓ ଦେଖିଲା ପରେ ହୁଏତ ଆପଣଙ୍କ ଆଖିରେ ଲୁହବି ଆସିଯାଇ ପାରେ। ମଣିଷ ଓ ପଶୁ ଭିତରେ ପ୍ରେମର ଏମିତି ଦୃଶ୍ୟ ଦେଖିଲେ ଯେ କେହି ବି ସ୍ଥମ୍ଭୀଭୂତ ହୋଇଯିବେ। ଘଟଣାଟି ଘଟିଛି ପୁରୀ ଜିଲ୍ଲାର ଏକ ପରିବା କ୍ଷେତରେ। ଫସଲକୁ ସୁରକ୍ଷା ଦେବାକୁ ଚାରିକଡ଼େ ଲାଗିଥିବା ପ୍ଲାଷ୍ଟିକ୍ ଜାଲରେ ଲାଗି ଯାଇଥିଲା ଗୋଟିଏ ମାଙ୍କଡ଼ ଛୁଆ। ବିକଳରେ ଚିତ୍କାର କରୁଥିଲା ଛୁଆଟି। […]

c-56

Tapas Behera
  • Published: Friday, 02 August 2019
  • , Updated: 02 August 2019, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରାଣୀପ୍ରେମର ଏକ ଦୃଶ୍ୟ ହୁଏତ ଆପଣ ଆଗରୁ କେବେ ଦେଖିନଥିବେ। ପୂରା ଭିଡିଓ ଦେଖିଲା ପରେ ହୁଏତ ଆପଣଙ୍କ ଆଖିରେ ଲୁହବି ଆସିଯାଇ ପାରେ। ମଣିଷ ଓ ପଶୁ ଭିତରେ ପ୍ରେମର ଏମିତି ଦୃଶ୍ୟ ଦେଖିଲେ ଯେ କେହି ବି ସ୍ଥମ୍ଭୀଭୂତ ହୋଇଯିବେ।

ଘଟଣାଟି ଘଟିଛି ପୁରୀ ଜିଲ୍ଲାର ଏକ ପରିବା କ୍ଷେତରେ। ଫସଲକୁ ସୁରକ୍ଷା ଦେବାକୁ ଚାରିକଡ଼େ ଲାଗିଥିବା ପ୍ଲାଷ୍ଟିକ୍ ଜାଲରେ ଲାଗି ଯାଇଥିଲା ଗୋଟିଏ ମାଙ୍କଡ଼ ଛୁଆ। ବିକଳରେ ଚିତ୍କାର କରୁଥିଲା ଛୁଆଟି। ସେପଟେ ଆଶା ଆଶଙ୍କାରେ ଗଛ ଉପରେ ବସିଥିଲେ ତା’ ପରିବାର। ଅର୍ଥାତ ଅନ୍ୟ ମାଙ୍କଡ଼ଗଣ। ସମସ୍ତେ କିଂକର୍ତ୍ତବ୍ୟ ବିମୂଢ଼। ସେମାନେ ହୁଏତ ଜାଣିନଥିବେ ପରିବା ଫସଲ ଖାଇବାର ପରିଣାମ ଏତେ ଭୟଙ୍କର ହୋଇପାରେ। ସତରେ କଣ ଛୁଆ ମାଙ୍କଡ଼ଟିର ଭାଗ୍ୟରେ ଆଜି ମୃତ୍ୟୁଯୋଗ ଅଛି? ଏ ମଣିଷମାନେ ତାକୁ ଛାଡ଼ିବେ ତ? ଏମିତି କିଛି ଆଶା ଅଶଙ୍କାରେ ଅବାକ୍‌ ହୋଇ ଚାହିଁ ରହିଥାନ୍ତି ସେମାନେ। ହେଲେ ନିୟତିର ବିଚାର କିଛି ଅଲଗା ଥିଲା।

କୁନି ମାଙ୍କଡ଼ଟି ପ୍ଲାଷ୍ଟିକ୍ ଜାଲରେ ଫସିଯାଇଥିବା ଦେଖିବା ପରେ କିଛି ଲୋକ ଆରମ୍ଭ କରିଦେଇଥିଲେ ଅପରେସନ ମଙ୍କି। ଛୁଆ ମାଙ୍କଡ଼ଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ସେମାନେ ଆରମ୍ଭ କରିଥିଲେ ଅଭିଯାନ। ଭୟରେ ଛାଟିପିଟି ହୋଇଥିବାରୁ ଛୁଆଟିର ବେକରେ ଓ ଗୋଡ଼ରେ ଶକ୍ତ ପ୍ଲାଷ୍ଟିକ ସୂତା ଗୁଡ଼େଇ ହୋଇଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, କିଛି ସମୟ ପରେ ହୁଏତ ବେକଟି କଟି ଯାଇଥାନ୍ତା। କିନ୍ତୁ ଉଦ୍ଧାର କରୁଥିବା ଲୋକେ ଏକ ଦା ଦ୍ୱାରା ଅତି ସାବଧାନତା ସହକାରେ ମାଙ୍କଡ଼ଟିକୁ ବିପଦମୁକ୍ତ କରିଥିଲେ।

ମାଙ୍କଡ ଦେହରେ ଓ ବେକରେ ଗୁଡ଼େଇ ହୋଇଥିବା ପ୍ଲାଷ୍ଟିକ ସୂତାକୁ ଧୀରେ ଧୀରେ କାଟିବା ଆରମ୍ଭ କରିଥିଲେ ସେମାନେ। ଭୟରେ ଚିତ୍କାର କରୁଥିଲା ଛୁଆଟି। ସେପଟେ ଆଶା ଆଶଙ୍କା ଭିତରେ ଥିଲେ ପୂରା ମାଙ୍କଡ଼ ପରିବାର। ପରିଶେଷରେ ଅପରେଶନ ମଙ୍କି ସଫଳ ହେଲା। ଧୀରେ ଧୀରେ ଛୁଆ ମାଙ୍କଡ଼ ଦେହରୁ ଓ ବେକରୁ ସୂତା କାଟି ତାରୁ ଉଦ୍ଧାର କଲେ ଲୋକେ। ଆଉ ଛୁଆ ମାଙ୍କଡ଼ଟି ଏକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲା। ପରେ ଲୋକମାନେ ତାକୁ କୋଳରେ ଧରି ଆଦର କରିଥିଲେ।

କିଛି ସମୟ ପରେ ସେମାନେ ତାକୁ ନେଇ ଗଛ ପାଖକୁ ବାହାରିଥିଲେ, ଯେଉଁଠି ଅପେକ୍ଷାରେ ଥିଲା ତା’ ମାଆ। କିନ୍ତୁ ବିକଳ ମା’ଟି ଆଉ ସମ୍ଭାଳି ପାରି ନଥିଲା। ଡରଭୟ ଛାଡ଼ି ଗଛରୁ ଓହ୍ଲେଇ ଦଉଡ଼ି ଆସିଥିଲା ଲୋକମାନଙ୍କ ପାଖକୁ। ମା’ର ସ୍ନେହ ଆଗରେ ଭୟ ଆଉ କଣ? ଶେଷରେ ମିଳନର ସେଇ ସମୟ ଆସିଲା। ମାଆ କୋଳକୁ ଯାଇଥିଲା ମାଙ୍କଡ଼ଟି।
https://youtu.be/PAC1INbQH8k

Related story