‘ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନ୍‌ରେ ଅଧିକ ବର୍ଷା ସମ୍ଭାବନା, ସ୍ଥିତି ଦେଖି ନିଷ୍ପତ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି। ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି। ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ହୀରାକୁଦରେ ଆଜି ସକାଳୁ ୨୮ଟି ଗେଟ୍‌ ଖୋଲାଥିବା ବେଳେ ଆଉ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ଏବେ […]

eic

  • Published: Friday, 19 August 2022
  • , Updated: 19 August 2022, 11:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି। ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି। ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ହୀରାକୁଦରେ ଆଜି ସକାଳୁ ୨୮ଟି ଗେଟ୍‌ ଖୋଲାଥିବା ବେଳେ ଆଉ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଏବେ ୬୨୨.୨୭ ଫୁଟ ଅଛି । ହୀରାକୁଦକୁ ଇନ୍‌ଫ୍ଲୋ ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ  ହେଉଥିବା ବେଳେ ଆଉଟଫ୍ଲୋ ଅଛି ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ । ମୁଣ୍ଡଳିଠାରେ ୯ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଆଉ ବର୍ଷା ନ ଥିବାରୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ତେଣୁ ଆଉ ଗେଟ୍ ଖୋଲିବା ଆବଶ୍ୟକତା ପଡ଼ି ନ ପାରେ । ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ହେଲେ ମୁଣ୍ଡଳିରେ ଜଳପ୍ରବାହ ୭.୫ରୁ ୮ ଲକ୍ଷ କ୍ୟୁସେକରେ ସୀମିତ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି EIC ।

ସେ କହିଛନ୍ତି,  ଲଘୁଚାପଜନିତ ବର୍ଷା ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହା ମଧ୍ୟରେ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନ୍‌ରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେଣୁ ମୟୂରଭଞ୍ଜ ଓ କେନ୍ଦୁଝରର ଜଳାଶୟକୁ ଖାଲି କରାଯାଇଛି । ବର୍ଷା ଯୋଗୁ ପୁଣି କେତେ ପାଣି ଡ୍ୟାମରେ ପ୍ରବେଶ କରିବ, ଜଳସ୍ତର କମିବ ନା ବଢ଼ିବ ତାହା ଦେଖି ବନ୍ୟା ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ନେବୁ।

ଏବେ ସୁଦ୍ଧା  ୨୦୦ରୁ ଅଧିକ ଘଳିଆ ମରାମତି ହୋଇ ସାରିଲାଣି।     ମହାନଦୀ ସିଷ୍ଟମରେ ୭ଟି ଘାଇ ହୋଇଛି । ପାଣି କମିଲେ ଯୁଦ୍ଧକାଳୀନ ଭିତ୍ତିରେ ତାହାର ମରାମତି ଆରମ୍ଭ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Related story