ତେଲ ବଦଳରେ ଟାଙ୍କିରୁ ବାହାରୁଛି ପାଣି, ଗର୍ଜିଲେ ଲୋକେ

ବଣାଇ(ରଞ୍ଜିତ ଚୌଧୁରୀ): ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ। ଏହାକୁ ପକାଇଲେ ଆଉ ଆଗକୁ ଗଡ଼ୁନି ଗାଡ଼ି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ  ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିବା ଲୋକେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି। ଫଳରେ ଟାଙ୍କିକୁ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ  ଥିବା ଏକ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ବହୁ […]

oil

  • Published: Friday, 19 August 2022
  • , Updated: 19 August 2022, 09:48 AM IST

ବଣାଇ(ରଞ୍ଜିତ ଚୌଧୁରୀ): ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ। ଏହାକୁ ପକାଇଲେ ଆଉ ଆଗକୁ ଗଡ଼ୁନି ଗାଡ଼ି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ  ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିବା ଲୋକେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି। ଫଳରେ ଟାଙ୍କିକୁ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ  ଥିବା ଏକ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ବହୁ ଲୋକ ନିଜ ଗାଡ଼ିରେ ତେଲ ପକାଇଥିଲେ। ମାତ୍ର କିଛି ସମୟ ପରେ ସେମାନେ ଫେରି ପାଟୁତୁଣ୍ଡ କରିଥିଲେ। ଏପରିକି ଟାଙ୍କିରୁ କିଛି ବାଟ ଯିବା ପରେ ଆଉ ଗାଡ଼ି ଗଡ଼ି ନ ଥିଲା। ବୋତଲରେ ତେଲ ନେଇଥିବା ଲୋକେ ପହଞ୍ଚି ତାହା ତେଲ ମିଶା ପାଣି ବୋଲି ଦେଖାଇ ପାଟିତୁଣ୍ଡ କରିଥିଲେ। ଫଳରେ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।

ପ୍ରବଳ ବର୍ଷା ଯୋଗୁ ଟାଙ୍କିରେ ପାଣି ପଶି ଏପରି ସମସ୍ୟା ହୋଇଥିବା କହିଛନ୍ତି ଟାଙ୍କି ମାଲିକ । ଏପରି ଅଭିଯୋଗ କରିଥିବା ବହୁ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଆଜି ସକାଳୁ ଟାଙ୍କି ବନ୍ଦ କରାଯାଇଥିବା ସେ କହିଛନ୍ତି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story