ଜଗମୋହନରୁ ଗଳୁଛି ପାଣି: ଏଏସ୍‌ଆଇର କାମକୁ ନେଇ ପ୍ରଶ୍ନବାଚୀ

ପୁରୀ(ମଧୁସୂଦନ ମିଶ୍ର): ଏଏସ୍‌ଆଇ ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ପାଣି ଗଳୁଛି। ଅଣସର ପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।  ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦିଆଯାଇଥିଲା। ଏବେ କାର୍ଯ୍ୟର ମାନକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠ ସତ୍ତ୍ୱେ ପାଣି ଗଳିବା […]

temple 1

Ordigital Desk
  • Published: Tuesday, 07 August 2018
  • , Updated: 07 August 2018, 12:56 PM IST

ପୁରୀ(ମଧୁସୂଦନ ମିଶ୍ର): ଏଏସ୍‌ଆଇ ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ପାଣି ଗଳୁଛି। ଅଣସର ପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।  ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦିଆଯାଇଥିଲା। ଏବେ କାର୍ଯ୍ୟର ମାନକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠ ସତ୍ତ୍ୱେ ପାଣି ଗଳିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Related story