କମୁଛି ତପ୍ତପାଣିର ଉଷ୍ମତା,ହ୍ରାସ ପାଉଛି ଜଳସ୍ରୋତ

Ordigital Desk
  • Published: Saturday, 28 April 2018
  • , Updated: 28 April 2018, 11:28 AM IST
<p>ବ୍ରହ୍ମପୁର(ମିହିର ଜତି/ ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଠାରେ ବାହାରୁ ଥିବା ପାଣିର ପରିମାଣ ଦିନକୁ ଦିନ ହ୍ରାସ ଘଟିବା ସହ ପାଣିର ଉଷ୍ମତା ମଧ୍ୟ କମିବାରେ ଲାଗିଛି। ଏନେଇ ସରକାର କିଛି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି।</p> <p>ଗତ ଡିସେମ୍ବରରେ ଉଷ୍ମପ୍ରସବଣ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ&nbsp;ବୋରୱେଲ ଖୋଲିବା ପରେ ଏହି ଅବସ୍ଥା ହୋଇଥିବା କୁହାଯାଉଛି। ବୋରୱେଲରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ ବନ୍ଦ କରିଦେଇଥିଲା। ସେହି ଦିନଠାରୁ ଉଷ୍ମପ୍ରସବଣର ପାଣିସ୍ରୋତ କମିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ବି କିଛି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି।</p> <p>ତପ୍ତପାଣି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର। ଏହାର ମୁଖ୍ୟସ୍ରୋତରୁ ପାଣିର ପରିମାଣ ଓ ଉଷ୍ମତା ହ୍ରାସ ପାଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବି କମି କମି ଆସୁଛି।&nbsp; ଏ ସଂପର୍କରେ ଉପଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, &ldquo;ଏହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।&rdquo;</p> <p>ଘାଟି ଅଞ୍ଚଳର ସୌନ୍ଦର୍ଯ୍ୟ ସହିତ ମୃଗ ବିହାର ଓ ଉଷ୍ମପ୍ରସବଣ ଯୋଗୁଁ ତପ୍ତପାଣିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।</p>

Related story