ସାମାନ୍ୟ ବର୍ଷାରେ ରାସ୍ତାରେ ଢେଉ ଖେଳୁଛି ପାଣି

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା କାମ ୨ ମାସ ପୂର୍ବେ ଶେଷ ହୋଇଥିଲା। ହେଲେ ଏବେ ରାସ୍ତା ଉପରେ ଜମି ରହୁଛି ପାଣି। ରାତି ପାହିଲେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣିରେ ଚାଲି କରି ଯିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ବିଭିନ୍ନ ଚର୍ମ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ଏହାର ନିରାକାରଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମିଳିଛି କେବଳ ପ୍ରତିଶ୍ରୁତି। ଏପରି […]

salepur-2-1-1

Niharika Rout
  • Published: Thursday, 26 September 2019
  • , Updated: 26 September 2019, 02:46 PM IST

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା କାମ ୨ ମାସ ପୂର୍ବେ ଶେଷ ହୋଇଥିଲା। ହେଲେ ଏବେ ରାସ୍ତା ଉପରେ ଜମି ରହୁଛି ପାଣି। ରାତି ପାହିଲେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣିରେ ଚାଲି କରି ଯିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ବିଭିନ୍ନ ଚର୍ମ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ଏହାର ନିରାକାରଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମିଳିଛି କେବଳ ପ୍ରତିଶ୍ରୁତି। ଏପରି ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କଳମିଶ୍ରୀ ଗାଁରେ।

କଳମିଶ୍ରୀ ଗାଁର କଳମିଶ୍ରୀ ପ୍ରାଥମିକ ବିଦ୍ୟାଳୟଠାରୁ ଭୋଇ ସାହିକୁ ସଂଯୋଗ କରି ଏକ ରାସ୍ତା ନିର୍ମାଣ ନିମନ୍ତେ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ଏହାପରେ ସାଂସଦଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କ। ବ୍ୟୟରେ ପ୍ରାୟ ୧୫୦ ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ସଠିକ୍ ଢଙ୍ଗରେ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ରାସ୍ତାରେ ଏବେ ଜମି ରହୁଛି ପାଣି। ସକାଳୁ ରାତି ପର୍ଯ୍ୟନ୍ତ ପାଣିରେ ପଶି ଯାତାୟତ କରି ଏଠାକାର ବାସିନ୍ଦା ଅତିଷ୍ଠ ହୋଇ ପଡ଼ିଲେଣି। ବାରମ୍ୱାର ବ୍ଲକ୍ ପ୍ରଶାସନକୁ କହି ମଧ୍ୟ କୌଣସି ସୁଫଳ ମିଳୁନଥିବା ସେମାନେ ଅଭିଯୋଗ ଆଣିଛନ୍ତି।  ।

ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ସହକାରୀ ଯନ୍ତ୍ରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ ଏହି ସମସ୍ୟା ନଜରରେ ଅଛି, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

ଏ ସମ୍ପର୍କରେ ଗ୍ରାମର ରମାକାନ୍ତ ନାୟକ, ଶାରଦା ପ୍ରସାଦ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ରାସ୍ତା ୨ ମାସ ହେବ ଶେଷ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତ ନିମନ୍ତେ ଏହା ଏକମାତ୍ର ରାସ୍ତା। ସାମାନ୍ୟ ବର୍ଷା ହେଲେ ଏଠାରେ ଦୀର୍ଘ ଦିନ ଧରି ପାଣି ଜମି ରହୁଛି। ଏହି ସମସ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିବାକୁ ବ୍ଲକ ଯାଇଥିଲୁ। ମାତ୍ର ସେଠାରେ ତାଙ୍କୁ ନ ପାଇ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗପତ୍ର ଦେଇଥିଲୁ। କନିଷ୍ଠ ଯନ୍ତ୍ରୀ ଆସି ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାପରେ ଏହାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ହେଲେ କେବେ ଏହାର ସମାଧାନ ହେବ, ତାହା ଅନିଶ୍ଚିତତା ଭିତରେ ବୋଲି ଗ୍ରାମବାସୀ କହିଛନ୍ତି।

Related story