ମେଡିକାଲ୍‌ କଲେଜର ମେଡିସିନ୍‌, ସର୍ଜରୀ ୱାର୍ଡରେ ପଶିଲା ପାଣି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମେଡିକାଲ୍‌ରେ ପଶିଲା ପାଣି। ବଲାଙ୍ଗିରରେ ଲଗାଣ ବର୍ଷା ପରେ ବିଗିଡ଼ିଛି ପରିସ୍ଥିତି। ସହରର ଭୀମଭୋଇ ମେଡିକାଲ କଲେଜର ମେଡିସିନ୍‌ ଓ ସର୍ଜରୀ ୱାର୍ଡରେ ପାଣି ପଶି ଯାଇଛି ବର୍ଷା ପାଣି। ଫଳରେ ରୋଗୀମାନେ ବେଡ୍‌ରେ ବସିଥିବା ବେଳେ ତଳେ ପାଣି ଜମିଛି। ପରିସ୍ଥିତି ଏପରି ହୋଇଛି ଯେ ରୋଗୀ କିମ୍ବା ଆଟେଣ୍ଡାଣ୍ଟ ତଳକୁ ଓହ୍ଲାଇବା କଷ୍ଟକର ହୋଇପଡ଼ିଛି। ମେଡିକାଲ୍ ୱାର୍ଡ ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ […]

water-loogin-in-bolangir-medical-college

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 07:11 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମେଡିକାଲ୍‌ରେ ପଶିଲା ପାଣି। ବଲାଙ୍ଗିରରେ ଲଗାଣ ବର୍ଷା ପରେ ବିଗିଡ଼ିଛି ପରିସ୍ଥିତି। ସହରର ଭୀମଭୋଇ ମେଡିକାଲ କଲେଜର ମେଡିସିନ୍‌ ଓ ସର୍ଜରୀ ୱାର୍ଡରେ ପାଣି ପଶି ଯାଇଛି ବର୍ଷା ପାଣି। ଫଳରେ ରୋଗୀମାନେ ବେଡ୍‌ରେ ବସିଥିବା ବେଳେ ତଳେ ପାଣି ଜମିଛି। ପରିସ୍ଥିତି ଏପରି ହୋଇଛି ଯେ ରୋଗୀ କିମ୍ବା ଆଟେଣ୍ଡାଣ୍ଟ ତଳକୁ ଓହ୍ଲାଇବା କଷ୍ଟକର ହୋଇପଡ଼ିଛି। ମେଡିକାଲ୍ ୱାର୍ଡ ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ ଧରି ପାଣି ଜମି ରହିବା ପରେ ଏବେ ରୋଗୀଙ୍କ ପାଇଁ ସମସ୍ୟା ବଢ଼ିଛି।

ସୂଚନାରୁ ପ୍ରକାଶ, ଆଜି ୨ ଘଣ୍ଟା ଧରି ବଲାଙ୍ଗିରରେ ବର୍ଷା ହୋଇଥିଲା। ଫଳରେ ସହରର ଆନନ୍ଦନଗର, ଶାସ୍ତ୍ରୀ ନଗର, ଟିକିରାପଡ଼ା ପରି ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିଲା। ବର୍ଷାର ପରିମାଣ ବଢ଼ିଲେ ଆହୁରି ଅନେକ ଅଞ୍ଚଳରେ ପାଣି ପଶିବ ବୋଲି ଆକଳନ କରାଯାଉଛି।

Related story