ଅଲାରନାଥ ପୀଠରେ ପଶିଲା ପାଣି

Ordigital Desk
  • Published: Monday, 16 July 2018
  • , Updated: 16 July 2018, 11:32 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବ୍ରହ୍ମଗିରିରେ ଥିବା ପ୍ରସିଦ୍ଧ ଅଲାରନାଥ ପୀଠରେ ପାଣି ପଶି ଯାଇଛି। ମନ୍ଦିର ବେଢ଼ାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜେନେରେଟର୍&zwnj; ଲଗାଇ ଭୋର୍&zwnj; ୪ଟାରୁ ମନ୍ଦିର ବେଢ଼ାରୁ ପାଣି ବାହାର କରାଯାଉଛି।</p> <p>&lt;a href=&quot;&quot;&gt;(image) &lt;/a&gt;</p> <p>ବ୍ରହ୍ମଗିରି ଦେଇ ଯାଇଥିବା ଜାତୀୟ ରାଜପଥର କିଛି କିଛି ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରେବଣା ନୂଆଗାଁରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ଲକ୍&zwnj; କାର୍ଯ୍ୟାଳୟ ସମ୍ମୁଖରେ ପାଣି ପଶି ଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷାରୁ ଆଖପାଖର ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇଯାଇଛି।</p>

Related story