“ଆମେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ କରୁନୁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ନୁହେଁ,  ବରଂ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରୁଛୁ। ଆଜି ଏହା କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ କହିଛନ୍ତି, “ଆମେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ମାମଲାର ତଦନ୍ତ କରୁନୁ। କିନ୍ତୁ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅଭିଯୋଗ ଉପରେ ତଦନ୍ତ କରୁଛୁ। ମହିଳା କମିଶନ ହୋଇଥିବାରୁ ଏଠାରେ ନାବାଳିକାଙ୍କ କଥା ଆଲୋଚନା ହେଉନି। ନାବାଳିକାଙ୍କ ମାଆ ଆମ […]

minati-behera

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ନୁହେଁ,  ବରଂ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରୁଛୁ। ଆଜି ଏହା କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା।

ସେ କହିଛନ୍ତି, “ଆମେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ମାମଲାର ତଦନ୍ତ କରୁନୁ। କିନ୍ତୁ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅଭିଯୋଗ ଉପରେ ତଦନ୍ତ କରୁଛୁ। ମହିଳା କମିଶନ ହୋଇଥିବାରୁ ଏଠାରେ ନାବାଳିକାଙ୍କ କଥା ଆଲୋଚନା ହେଉନି। ନାବାଳିକାଙ୍କ ମାଆ ଆମ ନିକଟରେ କାର୍ଯ୍ୟକ୍ଷେତ୍ରରେ ତାଙ୍କୁ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ସେହି ଘଟଣାର ତଦନ୍ତ କରୁଛୁ। ଓଟିଭିକୁ ଡକ୍ୟୁମେଣ୍ଟ ମାଗିଥିଲୁ। ଓଟିଭି କର୍ତ୍ତୃପକ୍ଷ ଆମକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ସବୁ ଡକ୍ୟୁମେଣ୍ଟ ଦେଇଛନ୍ତି।”

ସେ ଆହୁରି କହିଛନ୍ତି-“ନିର୍ଦ୍ଦେଶ ମୁତାବକ ଆଜି ନିର୍ଦ୍ଧାରିତ ସମୟରେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ସମସ୍ତକାଗଜପତ୍ର ଦାଖଲ କରିଛନ୍ତି। ଏସବୁ ନଥିପତ୍ର ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରିବ। ଯାଞ୍ଚ ପରେ ମାମଲାର ଶୁଣାଣି ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ। ଅନ୍ୟପକ୍ଷରେ ମାମଲା ସଂପର୍କରେ କମିଶନରେଟ ପୁଲିସକୁ ମଗାଯାଇଥିବା ତଦନ୍ତ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ। ଏନେଇ ପୁଲିସକୁ ଏକ ରିମାଇଣ୍ଡର ନୋଟିସ ଦିଆଯାଇଛି।”

 

Related story