‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ଆପଣଙ୍କ ପାଦ ତଳୁ ଉଠିବୁନି’

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ‘ଜରି ପାଲ ଖଣ୍ଡେ  ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ । ମହାନଦୀର ପ୍ରଳୟଙ୍କରୀ ବନ୍ୟା ଓ ଲଗାଣ ବର୍ଷାରେ ଖମ୍ବଶିରିପାଲି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି । […]

jaripal

  • Published: Saturday, 20 August 2022
  • , Updated: 20 August 2022, 02:59 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ‘ଜରି ପାଲ ଖଣ୍ଡେ  ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ ।

ମହାନଦୀର ପ୍ରଳୟଙ୍କରୀ ବନ୍ୟା ଓ ଲଗାଣ ବର୍ଷାରେ ଖମ୍ବଶିରିପାଲି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି । ହେଲେ ପ୍ରଶାସନ ପକ୍ଷରୁ ଖଣ୍ଡେ ପଲିଥିନ୍ ବି ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଙ୍କ ଗୁହାରୀ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବୀରମହାରାଜପୁର ଜିଲ୍ଲା ପରିଷଦ ଜୋନ-୧ର ସଭ୍ୟ ଲବ କୁମାର ସାହୁଙ୍କ ସହ କେତେକ ରାଜନୈତିକ ଦଳର କର୍ମୀ ଓ ଗ୍ରାମବାସୀ ତହସିଲଦାରଙ୍କୁ ଏଭଳି ଢଙ୍ଗରେ ଗୁହାରୀ କରିଛନ୍ତି।

ସେ ଗାଁରେ ବହୁ ଘର ଭାଙ୍ଗି ଯାଇଛି। ହେଲେ ତହସିଲଦାର ଖଣ୍ଡେ ପାଲ ବି ଦେଇ ନାହାନ୍ତି। ତେଣୁ ଆମେ ଆସି ପାଲ ପାଇଁ ପାଦ ତଳେ ପଡ଼ୁଛୁ ବୋଲି କହିଛନ୍ତି ଲବ ସାହୁ ନାମକ ବ୍ୟକ୍ତି । ହେଲେ ଏନେଇ ତହସିଲଦାର କହିଛନ୍ତି, ବିଭାଗୀୟ କର୍ମଚାରୀ ଖମ୍ବଶିରିପାଲି ଗାଁକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି  । ଦରକାର ପଡ଼ିଲେ ଆଉଥରେ ଯିବୁ ।    ସୋଶାଲ ମିଡିଆରେ ତହସିଲଦାରଙ୍କୁ ଅଭିନବ ଢଙ୍ଗରେ ପଲିଥିନ୍ ପାଇଁ ଗୁହାରି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Related story