‘ଜିରୋ ଆକ୍ଟିଭ୍‌ କେସ୍‌ ନେଇ ନୂଆ ମିଶନ ଆରମ୍ଭ କରିଛୁ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଏବେ ଗଞ୍ଜାମରେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ କରୋନା ପଜିଟିଭ ସଂଖ୍ୟା ୨୦୦ ତଳକୁ ଖସିଛି। ଆଜି ୧୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଗକୁ ଆହୁରି କମିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ। ସେ କହିଛନ୍ତି-“ଗଞ୍ଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ଜିଲ୍ଲାରେ ଆକ୍ଟିଭ୍‌ କେସ ୧୯୩୫ ରହିଛି। ଅନେକ ଦିନ ପରେ ଆକ୍ଟିଭ୍‌ କେସରେ ୨ […]

ganjam

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 09:03 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଏବେ ଗଞ୍ଜାମରେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ କରୋନା ପଜିଟିଭ ସଂଖ୍ୟା ୨୦୦ ତଳକୁ ଖସିଛି। ଆଜି ୧୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଗକୁ ଆହୁରି କମିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ।

ସେ କହିଛନ୍ତି-“ଗଞ୍ଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ଜିଲ୍ଲାରେ ଆକ୍ଟିଭ୍‌ କେସ ୧୯୩୫ ରହିଛି। ଅନେକ ଦିନ ପରେ ଆକ୍ଟିଭ୍‌ କେସରେ ୨ ହଜାର ତଳକୁ ଆସିଛୁ। ଜିରୋ ଆକ୍ଟିଭ୍‌ କେସ୍‌ ନେଇ ନୂଆ ମିଶନ ଆରମ୍ଭ କରିଛୁ। ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କୁ ଖୋଜା ଚାଲିଛି।”

ସେ ଅହୁରି କହିଛନ୍ତି-“ନୂଆ ସଂକ୍ରମଣ ରୋକିବା ଆମର ଏବେ ମୁଖ୍ୟ ଲକ୍ଷ୍ୟ ହୋଇଛି। ଏଯାବତ ୪୨ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଛି, ସମସ୍ତେ ଭଲ ଅଛନ୍ତି। ଗହଳି ଦୃଷ୍ଟିରୁ ଏବର୍ଷ ଗଣେଶ ପୂଜାକୁ ବାରଣ କରାଯାଇଛି।”

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫୮୮୬ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୭୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୩୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story