ଆଜିଠାରୁ ଆରମ୍ଭ, ୭୨ ଘଣ୍ଟା ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍‌ମାର୍କ ଲୋ-ପ୍ରେସର୍‌ର ରୂପ ନେବ। ଏହାର ପ୍ରଭାବରେ ଆଜିଠାରୁ ୭୨ ଘଣ୍ଟା ଯାଏଁ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବାନୁମାନ କରାଯାଇଛି, ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ […]

5fc721a85b487aee9d3e4f3972e402c2

5fc721a85b487aee9d3e4f3972e402c2

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 03:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍‌ମାର୍କ ଲୋ-ପ୍ରେସର୍‌ର ରୂପ ନେବ। ଏହାର ପ୍ରଭାବରେ ଆଜିଠାରୁ ୭୨ ଘଣ୍ଟା ଯାଏଁ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବାନୁମାନ କରାଯାଇଛି, ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଲଘୁଚାପ ସୃଷ୍ଟି ହୋଇଥିବାରୁ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଶ୍ରୀକ୍ଷେତ୍ର ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି। ମଝିରେ ମଝିରେ ଅସରାଏ ଲେଖାଏଁ ଜୋର୍ ବର୍ଷା ମଧ୍ୟ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos