ମନ୍ତ୍ରୀ ପଦ୍ମିନୀ ଦିୟାନଙ୍କ ଠାରୁ ଏମିତି କିଛି ଆଶା ରଖିଛନ୍ତି ନିଜ ଅଞ୍ଚଳର ବୁଣାକାର

କୋଟପାଡ଼(ଓଡ଼ିଶା ରିପୋର୍ଟର) ଯାହା ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶୁଣି ନାହାନ୍ତି, ତାହା ନୂତନ ଭାବେ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିୟାନ ସମାଧାନ କରିବେ ବୋଲି କୋଟପାଡର ବୁଣାକାର ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର ସେମାନଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରିଛନ୍ତି ବୋଲି ପଦ୍ମଶ୍ରୀ ସମ୍ମାନ ପାଇଥିବା ବୁଣାକାର ଗୋବର୍ଦ୍ଧନ ପାନିକା ଅଭିଯୋଗ କରିଛନ୍ତି । ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କେତେ […]

bcc

Tapas Behera
  • Published: Saturday, 01 June 2019
  • , Updated: 01 June 2019, 05:58 PM IST

କୋଟପାଡ଼(ଓଡ଼ିଶା ରିପୋର୍ଟର) ଯାହା ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶୁଣି ନାହାନ୍ତି, ତାହା ନୂତନ ଭାବେ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିୟାନ ସମାଧାନ କରିବେ ବୋଲି କୋଟପାଡର ବୁଣାକାର ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର ସେମାନଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରିଛନ୍ତି ବୋଲି ପଦ୍ମଶ୍ରୀ ସମ୍ମାନ ପାଇଥିବା ବୁଣାକାର ଗୋବର୍ଦ୍ଧନ ପାନିକା ଅଭିଯୋଗ କରିଛନ୍ତି ।

ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କେତେ ଭତ୍ତା ଦେବେ ଏବଂ ଅନ୍ୟାନ୍ୟ ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନ ପାଇଥିବା ବୁଣାକାର କେତେ ଭତ୍ତା ପାଇବେ, ସେନେଇ ଗତ ବର୍ଷକ ମଧ୍ୟରେ ବୈଠକ ପରେ ବୈଠକ ବସିଥିଲେ ହେଁ ତାହା ରାଜ୍ୟ ସରକାରଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇପାରୁନଥିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ସେହିପରି ନବରଙ୍ଗପୁର ଜିଲ୍ଲାରେ ସେମାନଙ୍କ ବନ୍ଧୁବାନ୍ଧବଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳିଥିବା ବେଳେ କୋଟପାଡ଼ରେ ଥିବା ସେହି ସମାନ ଜାତିର ପରିବାର ସାଧାରଣ ବର୍ଗରେ ରହିଯାଇଛନ୍ତି। ସେମାନଙ୍କ ପିଲାମାନେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସରକାରଙ୍କ ଠାରୁ ମିଳୁଥିବା ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିବା ଜାତୀୟ ସ୍ତରର ସମ୍ମାନ ପାଇଥିବା ବୁଣାକାର ବିଦ୍ୟାଧର ମହନ୍ତ କହିଛନ୍ତି।

Related story