ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧିକୁ ସ୍ୱାଗତ କଲେ ନବୀନ

Ordigital Desk
  • Published: Thursday, 01 February 2018
  • , Updated: 01 February 2018, 10:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କେନ୍ଦ୍ର ସରକାର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ବିଜେପି ସ୍ୱାଗତ କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି। ମାତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। କିଛି ଘୋଷଣାକୁ ସେ ସ୍ୱାଗତ କରିଥିବା ବେଳେ ଆଉ କିଛି ନୈରାଶ୍ୟଜନକ ବୋଲି କହିଥିଲେ। ଧାନର ସହାୟକ ମୂଲ୍ୟ (ଏମ୍&zwnj;ଏସ୍&zwnj;ପି) ଦେଢଗୁଣା ବୃଦ୍ଧି ନିଷ୍ପତ୍ତି ଓ ନ୍ୟାସନାଲ ହେଲ୍&zwnj;ଥ ପ୍ରୋଟେକ୍ସନ ସ୍କିମକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ମାତ୍ର SC/ST ଓ ସାମାଜିକ କ୍ଷେତ୍ରକୁ ଅନୁଦାନ ଯଥେଷ୍ଟ ନୁହେଁ ବୋଲି କହିବା ସହିତ ପିଏମ୍&zwnj;ଏୱାଇରେ ବଜେଟ ହ୍ରାସ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା କହିଛନ୍ତି।</p> <p>ସେ କହିଛନ୍ତି-&ldquo;ପାନୀୟ ଜଳ କ୍ଷେତ୍ରରେ ବଜେଟ ଅନୁଦାନ ପର୍ଯ୍ୟାପ୍ତ ନୁହେଁ। ଏହାଛଡ଼ା ମରାଠାୱାଡ଼ାରେ ୱାଗନ ଫ୍ୟାକ୍ଟ୍ରି ପାଇଁ ଘୋଷଣା ହୋଇଥିବା ବେଳେ ସୀତାପଲ୍ଲୀ ୱାଗନ ଫ୍ୟାକ୍ଟ୍ରି ଶୀତଳ ଭଣ୍ଡାରରେ ରହିଯାଇଛି।&rdquo;</p> <p>କେନ୍ଦ୍ର ପେଟ୍ରୋଲିୟମ୍&zwnj; ଧର୍ମେନ୍ଦ୍ର ପ୍ରଧାନ ବଜେଟ୍&zwnj;କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି-&ldquo;ସମୟ ଉପଯୋଗୀ ଓ ନୂଆ ଭାରତର ଆବଶ୍ୟକତାକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟ୍&zwnj;ଲୀ ଆଜି ସାଧାରଣ ବଜେଟ୍&zwnj; ଉପସ୍ଥାପନ କରିଛନ୍ତି। ବିଶେଷ କରି କୃଷି, ଗ୍ରାମୀଣ ବିକାଶ, ଲଘୁ ଓ ଉଦ୍ୟୋଗ, ମଧ୍ୟମ ଉଦ୍ୟୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହି ବଜେଟ୍&zwnj; ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ସାଢ଼େ ୧୪ ଲକ୍ଷ କୋଟି ଟଙ୍କା ଗ୍ରାମୀଣ ବିକାଶ ଓ କୃଷୀ ପାଇଁ ଖର୍ଚ୍ଚ କରାଯିବ। କୃଷକମାନଙ୍କ ଅମଦାନୀ ଦେଢ଼ ଗୁଣା ବଢ଼ାଇବା ପାଇଁ ମିନିମମ୍&zwnj; ସପୋଟ୍&zwnj; ପ୍ରାଇସ୍&zwnj;(ଏମ୍&zwnj;ଏସ୍&zwnj;ପି) ବଢ଼ାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।&rdquo;</p> <p>ପିସିସି ସଭାପତି ପ୍ରସାଦ ହରିଚନ୍ଦନ କରିଛନ୍ତି-&ldquo;କେନ୍ଦ୍ର ସରକାର ଭୋଟ୍&zwnj; ପାଇଁ ଏହି ବଜେଟ୍&zwnj; ଉପସ୍ଥାପନ କରିଛନ୍ତି। କାରଣ ଏଥିରେ ଲୋକଙ୍କୁ ଯେଉଁ ସ୍ୱପ୍ନ ଦେଖାଯାଇଛି। ଏଥିରେ ବାସ୍ତବତା କିଛି ନାହିଁ।&rdquo;</p>

Related story