୧୪୪ ଧାରାକୁ ମାନିଲେନି ଦିଦି! ନିର୍ମାଣ କଲେ ପାଚେରୀ

ଜଳେଶ୍ୱର(ଅଜିତ ଦାସ): ୧୪୪ ଧାରା ଜାରି ହୋଇଛି। ଏହା ସତ୍ତ୍ୱେ ଦିଦି ଦେଖାଇଛନ୍ତି ଦାଦାଗିରି। ୧୪୪ ଧାରାକୁ ଖାତିର ନକରି ଓଡ଼ିଶା ଭିତରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ନିର୍ମାଣ କରୁଛନ୍ତି ପାଚେରୀ। ଯାହାକୁ ଆଜି ବିରୋଧ କରିଛି ଓଡ଼ିଶା। ଆଉ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି। ବାଲେଶ୍ୱର ଉଦୟପୁର ସୀମାନ୍ତରେ ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପାଚେରୀ ନିର୍ମାଣ କରୁଥିଲା। ଏହି ପାଚେରୀଟି ଓଡ଼ିଶା ଆଡ଼କୁ ୩୦ ଫୁଟ୍‌ ମାଡ଼ି ଆସିଥିଲା। ଯାହାକୁ ସ୍ଥାନୀୟ […]

Balasore

Manoranjan Sial
  • Published: Tuesday, 21 September 2021
  • , Updated: 21 September 2021, 04:43 PM IST

ଜଳେଶ୍ୱର(ଅଜିତ ଦାସ): ୧୪୪ ଧାରା ଜାରି ହୋଇଛି। ଏହା ସତ୍ତ୍ୱେ ଦିଦି ଦେଖାଇଛନ୍ତି ଦାଦାଗିରି। ୧୪୪ ଧାରାକୁ ଖାତିର ନକରି ଓଡ଼ିଶା ଭିତରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ନିର୍ମାଣ କରୁଛନ୍ତି ପାଚେରୀ। ଯାହାକୁ ଆଜି ବିରୋଧ କରିଛି ଓଡ଼ିଶା। ଆଉ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି।

ବାଲେଶ୍ୱର ଉଦୟପୁର ସୀମାନ୍ତରେ ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପାଚେରୀ ନିର୍ମାଣ କରୁଥିଲା। ଏହି ପାଚେରୀଟି ଓଡ଼ିଶା ଆଡ଼କୁ ୩୦ ଫୁଟ୍‌ ମାଡ଼ି ଆସିଥିଲା। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏପରି କି ସ୍ଥାନୀୟ ଲୋକେ ଭୋଗରାଇ ତହସିଲଦାର ଓ ପୁଲିସଙ୍କୁ ଖବର ଦେଇଥିଲେ। ଭୋଗରାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରାଯାଇ ଥିଲେ। ଏହା ପରେ ପଶ୍ଚିମବଙ୍ଗ ଜଳସମ୍ପଦ ଅଧିକାରୀମାନେ ସେଠାରୁ ପଳାଇ ଯାଇଥିଲେ। ଏ ଖବର ପ୍ରକାଶ ପାଇବା ପରେ ୮ ତାରିଖରେ ବାଲେଶ୍ୱର ଏଡିଏମ୍‌ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।

ତେବେ ୧୮ ତାରିଖରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ତା ପାଚେରି ନିର୍ମାଣ କରାଯାଉଥିବା ସ୍ଥାନରେ ୧୪୪ ଧାରା ଜାରି କରିଥିଲା। ଏହା ସତ୍ତ୍ୱେ ଆଜି ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗ ପାଚେରୀ ନିର୍ମାଣ କରୁଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ।

ସେପଟେ ଆନ୍ଧ୍ର ସରକାର କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପୁଞ୍ଜ, ରାୟଗଡ଼ା ଓ ଗଜପତିରୁ ଗୋଟିଏ ପରେ ଗୋଟିଏ ଗାଁକୁ କବଜାକୁ ନେବାରେ ଲାଗିଛି। ଓଡ଼ିଶା ସରକାରୀ କର୍ମଚାରୀଙ୍କ ବାରଣ ସତ୍ତ୍ୱେ ଆନ୍ଧ୍ର କେତେବେଳେ ଅଙ୍ଗନବାଡ଼ି ଗୃହ ନିର୍ମାଣ କଲାଣି ତ ଆଉ କେତେବେଳେ ମାର୍କେଟ କମ୍ପ୍ଲେକ୍ସ ପ୍ରତିଷ୍ଠା କଲାଣି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର ଅଛି। କୋଟିଆ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

Related story