ଆଜି ‘ସମ୍ବଲପୁରୀ ଦିନ୍’, ନାଚଗୀତରେ ଝୁମୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର(ସଞ୍ଜୟ ଜେନା): ଆଜି ପଶ୍ଚିମ ଓଡ଼ିଶା ପାଳନ କରୁଛି ‘ସମ୍ବଲପୁରୀ ଦିନ୍’ । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ‘ସମ୍ବଲପୁରୀ ଦିନ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଜମିଛି ନାଚଗୀତର ଆସର। ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ କଳାକୁ ଲୋକାଲୋଚନକୁ ଆଣିବା ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଅତୁଳନୀୟ ଅବଦାନ ଥିଲା […]

sambalpuri

  • Published: Monday, 01 August 2022
  • , Updated: 01 August 2022, 01:59 PM IST

ସମ୍ବଲପୁର(ସଞ୍ଜୟ ଜେନା): ଆଜି ପଶ୍ଚିମ ଓଡ଼ିଶା ପାଳନ କରୁଛି ‘ସମ୍ବଲପୁରୀ ଦିନ୍’ । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ‘ସମ୍ବଲପୁରୀ ଦିନ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଜମିଛି ନାଚଗୀତର ଆସର।

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ କଳାକୁ ଲୋକାଲୋଚନକୁ ଆଣିବା ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଅତୁଳନୀୟ ଅବଦାନ ଥିଲା । ତାଙ୍କ ସ୍ମୃତିରେ ଆଜି ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାର ଭାଷା, ଲୋକକଳା, ଲୋକକଥା, ସାହିତ୍ୟ, ପରମ୍ପରା, ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି । ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

[caption id="attachment_753818" align="aligncenter" width="650"] ସମ୍ବଲପୁରୀ ବସ୍ତ୍ରରେ ଯୁବତୀମାନେ ନାଚଗୀତରେ ମାତିଛନ୍ତି।[/caption]

୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।  ଲୋକ ବାଦ୍ୟ, ଲୋକ ନାଚର ତାଳେ ତାଳେ ବେଶ୍ ଉତ୍ସାହର ସହିତ ସମ୍ବଲପୁରୀ ଦିନ୍ ପାଳନ କରୁଛନ୍ତି ଜିଲ୍ଲାବାସୀ । ଘରେ ଘରେ ସମ୍ବଲପୁରୀ ପୋଷାକ ପିନ୍ଧି, ପିଠାପଣା କରି ଏହି ଦିନକୁ ଉପଭୋଗ କରୁଛନ୍ତି।

‘ସମ୍ବଲପୁରୀ ଦିନ’ ଅବସରରେ ସମସ୍ତ ସରକାରୀ ଅଫିସ  କର୍ମଚାରୀ ଆଜି ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟ ଆସିବା ନିମନ୍ତେ ପୂର୍ବରୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ତେଣୁ ଆଜି ସମସ୍ତ କାର୍ଯ୍ୟାଳୟ କର୍ମଚାରୀ ସମ୍ବଲପୁରୀ ବସ୍ତ୍ରରେ ଅଫିସରେ ପହଞ୍ଚିଛନ୍ତି।

Related story