ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନକୁ ନେଇ ମୁହାଁମୁହିଁ କେନ୍ଦ୍ର ଓ ରାଜ୍ୟ, ସଭାରେ ବାଣ ମାରିଲେ କନକ, ସୂର୍ଯ୍ୟ କହିଲେ ଜାଣିଛୁ

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ଗତ ୨୩ ତାରିଖ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ  କଂଗ୍ରେସ, ବିଜେପି ଓ ବିଜେଡିର ବରିଷ୍ଠ ନେତା।  ଗୋଟିଏ ମଞ୍ଚରେ ଭାଷଣ ଦେଉ ଦେଉ,  ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ କନକ ବର୍ଦ୍ଧନ ସିଂହଦେଓ।  ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ  ସଂସ୍କୃତିର ପୁନରୁଦ୍ଧାର ଓ ଉନ୍ନତି ପାଇଁ  ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନ କରିଥିଲେ କନକ।  କହିଥିଲେ- ବଲାଙ୍ଗିର ଗସ୍ତରେ କେନ୍ଦ୍ର […]

Kanak-Surya

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 08:08 PM IST

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ଗତ ୨୩ ତାରିଖ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ  କଂଗ୍ରେସ, ବିଜେପି ଓ ବିଜେଡିର ବରିଷ୍ଠ ନେତା।  ଗୋଟିଏ ମଞ୍ଚରେ ଭାଷଣ ଦେଉ ଦେଉ,  ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ କନକ ବର୍ଦ୍ଧନ ସିଂହଦେଓ।  ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ  ସଂସ୍କୃତିର ପୁନରୁଦ୍ଧାର ଓ ଉନ୍ନତି ପାଇଁ  ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନ କରିଥିଲେ କନକ।  କହିଥିଲେ- ବଲାଙ୍ଗିର ଗସ୍ତରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗସ୍ତ ସମୟରେ ହରିଶଙ୍କର, ରାଣୀପୁର ଝରିଆଲ ଓ ବରଗଡ ଜିଲ୍ଳାର ନୃସିଂହନାଥର ଉନ୍ନତି କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଆଗତ କରିଥିଲେ।  କିନ୍ତୁ ସମୟ ଭିତରେ ପ୍ରସ୍ତାବ ଦେଇନଥିଲେ ରାଜ୍ୟ ସରକାର।  ତେଣୁ ୟୁନେସ୍କୋ ପର୍ଯ୍ୟଟନ ତାଲିକାରେ ସାମିଲ ହେବାରୁ ଏବଂ ୫୦ କୋଟି ଟଙ୍କା ପାଇବାରୁ ବଞ୍ଚିତ ହେଲା ଏହି ତିନୋଟି ପର୍ଯ୍ୟଟନ କ୍ଷେତ୍ର।  କନକ ବର୍ଦ୍ଧନଙ୍କ ଏପରି ଅଭିଯୋଗର ସିଧା ଜବାବ ଦେଇନଥିବା ବେଳେ, ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ, ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି।  ଆସନ୍ତୁ ନଜର ପକାଇବା ପୂରା ଘଟଣାକ୍ରମ ଉପରେ।

ଗତ ୨୦୧୭ ଜୁନ ୯ ତାରିଖରେ ବଲାଙ୍ଗିର ଗସ୍ତରେ ଆସିଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା।  ଏକ ଦଳୀୟ କାର୍ଯ୍ୟକ୍ରମରେ ଆସିଥିଲେ ମଧ୍ୟ, ହରିଶଙ୍କର ବୁଲିବାକୁ ଯାଇଥିଲେ। ମହେଶ ଶର୍ମା  ହରିଶଙ୍କରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇପଡ଼ିଥିଲେ। ହରିଶଙ୍କର ସମେତ ନୃସିଂହ ନାଥ, ରାଣିପୁର ଝରିଆଲ ଓ ନୂଆପଡା ଜିଲ୍ଳାରେ ଥିବା ପତୋରାର ଉନ୍ନତିକରଣ କରିବା ପାଇଁ ସେ ସେହିଠାରେ ଘୋଷଣା କରିଥିଲେ। ଏନେଇ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତୁ ବୋଲି କହିଥିଲେ।

ଗତବର୍ଷ ଏ ସଂପର୍କିତ ପ୍ରସ୍ତାବ ଜିଲ୍ଳା ସ୍ତରରୁ ରାଜ୍ୟ ଓ ରାଜ୍ୟରୁ କେନ୍ଦ୍ର ପାଖରେ ପହଞ୍ଚିବା ବେଳକୁ ନଭେମ୍ବର ମାସ ହୋଇଯାଇଥିଲା।  ତେଣୁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନକ୍ଷେତ୍ର ଉନ୍ନତିକରଣ ତାଲିକାରୁ ଏହା ବାଦ ପଡିଥିଲା।  ଏଥର କିନ୍ତୁ ଠିକ୍‌ ସମୟରେ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ।

Related story