‘ଆମ ପାଇଁ କଣ ବ୍ୟବସ୍ଥା କଲେ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ୨୦ ଜିଲ୍ଲାରେ କୋହଳ । ୫ ପ୍ରତିଶତ ଉପରେ ଥିବା ୧୦ ଜିଲ୍ଲାରେ ଟାଇଟ୍ ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାକୁ ସରକାର ଘୋଷଣା କରିଛନ୍ତି ୫ମ ପର୍ଯ୍ୟାୟ ଲକଡାଉନ୍ କଟକଣା । ତେବେ ଏ ଘୋଷଣାକୁ ନେଇ ପୁଣି ନିରାଶା ବ୍ୟକ୍ତ କରିଛନ୍ତି ବନ୍ଦ ପଡ଼ିଥିବା ବହୁ ଶିଳ୍ପ ଓ ଅନୁଷ୍ଠାନ। ବିଶେଷକରି ସିନେମା, ଟେଲିଭିଜନ୍ ଓ ଯାତ୍ରା କଳାକାର, ଟେକନିସିଆନ୍ ଓ ଏ […]

nilagiri-12300000

Tapas Behera
  • Published: Wednesday, 30 June 2021
  • , Updated: 30 June 2021, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ୨୦ ଜିଲ୍ଲାରେ କୋହଳ । ୫ ପ୍ରତିଶତ ଉପରେ ଥିବା ୧୦ ଜିଲ୍ଲାରେ ଟାଇଟ୍ ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାକୁ ସରକାର ଘୋଷଣା କରିଛନ୍ତି ୫ମ ପର୍ଯ୍ୟାୟ ଲକଡାଉନ୍ କଟକଣା । ତେବେ ଏ ଘୋଷଣାକୁ ନେଇ ପୁଣି ନିରାଶା ବ୍ୟକ୍ତ କରିଛନ୍ତି ବନ୍ଦ ପଡ଼ିଥିବା ବହୁ ଶିଳ୍ପ ଓ ଅନୁଷ୍ଠାନ। ବିଶେଷକରି ସିନେମା, ଟେଲିଭିଜନ୍ ଓ ଯାତ୍ରା କଳାକାର, ଟେକନିସିଆନ୍ ଓ ଏ ଶିଳ୍ପକୁ ନେଇ ବଞ୍ଚୁଥିବା କର୍ମଜୀବୀଙ୍କ ଜୀବିକା ପୁଣି ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

A କ୍ୟାଟେଗୋରୀ ଜିଲ୍ଲାରେ ଉଭୟ ଆଉଟଡୋର୍ ଓ ଇନଣ୍ଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ B କ୍ୟାଟେଗୋରୀ ଜିଲ୍ଲାରେ କେବଳ ଆଉଟ୍ ଡୋର ସୁଟିଂକୁ ଅନୁମତି ମିଳିଛି । ହେଲେ ପ୍ରଶ୍ନ ଉଭୟ ଫିଲ୍ମ ଓ ଟେଲିଭିଜନ ଶିଳ୍ପର ସିଂହଭାଗ କାର୍ଯ୍ୟ କଟକ ଓ ଭୁବନେଶ୍ୱରରେ ହେଉଥିବା ବେଳେ ଏଠାରେ ଇନଡୋର ସୁଟିଂକୁ ଅନୁମତି ମିଳିନାହିଁ । ଆଉ ଅଧିକାଂଶ ସୁଟିଂ ଇନଡୋରରେ ହିଁ ହେଉଥିବାରୁ ଏ ଶିଳ୍ପ ଆଗକୁ ଯିବ କେମିତି? ଏ କ୍ଷେତ୍ର ସହ ଜଡ଼ିତ ଲୋକେ ବଞ୍ଚିବେ କେମିତି ?

ସେହିଭଳି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ମାଟି କାମୁଡ଼ି ପଡ଼ିଛି ଯାତ୍ରା ଇଣ୍ଡଷ୍ଟ୍ରି । ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବେଳେ ଏ କ୍ଷେତ୍ର ପ୍ରତି ବି ଆଖି ବୁଜି ଦେଇଛନ୍ତି ସରକାର । ଗୋଟିଏ ପଟେ ସେମାନଙ୍କ ଦାବି ଅନୁସାରେ ଭତ୍ତା କି ସହାୟତା ମିଳିନଥିବା ବେଳେ ଅନ୍ୟପଟେ ସେମାନେ ଆଶା କରୁଥିବା କଟକଣା ସହିତ ଯାତ୍ରା ପରିବେଷଣକୁ ବି ଅନୁମତି ବି ନାହିଁ । ଏଭଳି ସ୍ଥିତିରେ ଯାତ୍ରାକୁ କ୍ୟାରିୟର କରି ବଞ୍ଚୁଥିବା କର୍ମଜୀବୀ ଚଳିବେ କେମିତି?

 

Related story