ଏବେ ସମସ୍ତଙ୍କ ନଜର ଜୁଲାଇ ୩୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୀବନ ସହ ଜୀବିକାର ଚିନ୍ତା । ଏ ଦୁଇଟି ଦିଗକୁ ବିଚାର କରି ଅନଲକ୍ ଥ୍ରୀରେ କି ପ୍ରକାର ଆଭିମୁଖ୍ୟ ନେବେ ରାଜ୍ୟ ସରକାର । କେନ୍ଦ୍ର ଗାଇଡ୍ଲାଇନ୍ସକୁ ମାନିବେ ନା ପୁଣି ଜାରି କରିବେ ନିଜସ୍ୱ କଟକଣା ? ଅନଲକ୍-ଟୁର ଅବଧି ସରି ଆସୁଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଦେଖି କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାକୁ ନେଇ ସାଧାରଣା ଜନତାଙ୍କଠୁ ବ୍ୟବସାୟୀ ପର୍ଯ୍ୟନ୍ତ ରହିଛି ସମସ୍ତଙ୍କ ଉତ୍କଣ୍ଠା। କଟକର ଏକ […]

890

Tapas Behera
  • Published: Thursday, 30 July 2020
  • , Updated: 30 July 2020, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୀବନ ସହ ଜୀବିକାର ଚିନ୍ତା । ଏ ଦୁଇଟି ଦିଗକୁ ବିଚାର କରି ଅନଲକ୍ ଥ୍ରୀରେ କି ପ୍ରକାର ଆଭିମୁଖ୍ୟ ନେବେ ରାଜ୍ୟ ସରକାର । କେନ୍ଦ୍ର ଗାଇଡ୍ଲାଇନ୍ସକୁ ମାନିବେ ନା ପୁଣି ଜାରି କରିବେ ନିଜସ୍ୱ କଟକଣା ? ଅନଲକ୍-ଟୁର ଅବଧି ସରି ଆସୁଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଦେଖି କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାକୁ ନେଇ ସାଧାରଣା ଜନତାଙ୍କଠୁ ବ୍ୟବସାୟୀ ପର୍ଯ୍ୟନ୍ତ ରହିଛି ସମସ୍ତଙ୍କ ଉତ୍କଣ୍ଠା।

କଟକର ଏକ ଜଣାଶୁଣା ଜିମ୍‌ର ମାଲିକ ସୁରତ ଶେଖର। ଗତକାଲି କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-ଥ୍ରୀ ଗାଇଡ଼ଲାଇନରେ ଆସନ୍ତା ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ସହ ଜିମ୍ ଖୋଲିବାକୁ ଅନୁମତି ମିଳିବା ପରେ ତାଙ୍କ ମନ ଟିକେ ଖୁସି । ସେଥିପାଇଁ ଦୀର୍ଘ ୧୦୫ ଦିନ ଧରି ବନ୍ଦ ଥିବା ଜିମ୍ ଖୋଲି ଲାଇଟ୍ ଅନ୍ କରିଛନ୍ତି । ସୁରତଙ୍କ କହିବା କଥା, ଭୋର ୫ରୁ ରାତି ୧୦ ଯାଏଁ ତାଙ୍କ ଜିମ୍‌କୁ ଫୁରସତ୍ ମିଳେନି । ହେଲେ ଗତ ମାର୍ଚ୍ଚ ୧୨ ପରଠୁ ପୁରା ବନ୍ଦ ଲକ୍‌ଡାଉନ୍-ସଟ୍‌ଡାଉନ୍ କଟକଣାରେ ଧନ୍ଦି ହୋଇ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେଣି । ଶୀଘ୍ର ଜିମ୍ ଚାଲୁ ନହେଲେ ଅବସ୍ଥା ସଂଗୀନ ହେବ । ତେବେ ରାଜ୍ୟ ସରକାର କିନ୍ତୁ ଅନଲକ୍-ଥ୍ରୀକୁ ନେଇ ନିଜସ୍ୱ ଗାଇଡ୍‌ଲାଇନ୍ ଜାରି କରିନଥିବାରୁ ହଟିନି ଦ୍ୱନ୍ଦ୍ୱ। ଶୁଭେନ୍ଦୁଙ୍କ ମତରେ ତାଙ୍କ କ୍ଷତି ତ ସାଂଘାତିକ, ହେଲେ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସ୍ଥିତିରେ ଜିମ୍ ନଖୋଲିଲେ ଭଲ।

ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଅନଲକ୍-ଥ୍ରୀ ଗାଇଡଲାଇନ୍ସରେ ପୂର୍ବ ଥରର କିଛି କଡ଼ା କଟକଣାକୁ ବି କୋହଳ କରାଯାଇଛି । ଯେମିତିକି ରାତ୍ରକାଳୀନ କର୍ଫ୍ୟୁ ଉଠାଯିବା ସହ ଆନ୍ତଃରାଜ୍ୟ ଯାତାୟତ ଓ ମାଲ୍ ପରିବହନକୁ ବି ଅନୁମତି ମିଳିଛି । ତେଣୁ ଏଠି ପ୍ରଶ୍ନ ରାଜ୍ୟ ସରକାର ନେବେ କି ପ୍ରକାର ନିଷ୍ପତ୍ତି ? ଯେହେତୁ ପୂର୍ବ ଥର ମାନଙ୍କରେ ଲକ୍‌ଡାଉନ୍ ଓ ଅନଲକ୍ ସମୟରେ ଅନେକ କଡ଼ା କଟକଣା ଲଗାଇଥିଲେ ବି ନା କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି, ନା ସ୍ୱାଭାବିକ ହୋଇଛି ଜୀବିକା । ତେଣୁ ସଂକ୍ରମଣରେ ସବୁଠୁ ଆଗରେ ରହିଥିବା ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସହ ରାଉରକେଲା ମ୍ୟୁନିସିପାଲିଟିରେ କି ପ୍ରକାର ନେବେ ପଦକ୍ଷେପ ? ଏସବୁ ସ୍ଥାନରେ ଜୁଲାଇ ୩୧ ପରେ ଲକ୍‌ଡାଉନ୍ ହଟିବ ନା ନାହିଁ ?  ତା ଉପରେ ରହିଛି ସମସ୍ତଙ୍କ ନଜର।

Related story