‘ହ୍ୱାଟସ୍ ଆପ୍’ରେ ଅଭିଯୋଗ ଗ୍ରହଣ କରିବ ରାଜ୍ୟ ଭିଜିଲାନ୍ସ 

କଟକ: ରାଜ୍ୟ ଭିଜିଲାନ୍ସ ବିଭାଗ କିଛି ମାସ ପୂର୍ବରୁ ‘ଫେସବୁକ’ ଜରିଆରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବା ନେଇ ଏକ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ “ହ୍ୱାଟସ୍ ଆପ’ ଜରିଆରେ ଲୋକଙ୍କ ଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବ। ଏହି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେସ ସିଂ। ଏନେଇ ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ‘ହ୍ୱାଟସ୍ ଆପ’ ଜରିଆରେ ପ୍ରତିଟି ଲୋକ ପାଖରେ ପହଞ୍ଚିବାକୁ ଭିଜିଲାନ୍ସ ବିଭାଗ ଆଶା […]

vigilancedirectro

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 01:38 PM IST

କଟକ: ରାଜ୍ୟ ଭିଜିଲାନ୍ସ ବିଭାଗ କିଛି ମାସ ପୂର୍ବରୁ ‘ଫେସବୁକ’ ଜରିଆରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବା ନେଇ ଏକ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ "ହ୍ୱାଟସ୍ ଆପ' ଜରିଆରେ ଲୋକଙ୍କ ଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବ। ଏହି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେସ ସିଂ। ଏନେଇ ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ‘ହ୍ୱାଟସ୍ ଆପ' ଜରିଆରେ ପ୍ରତିଟି ଲୋକ ପାଖରେ ପହଞ୍ଚିବାକୁ ଭିଜିଲାନ୍ସ ବିଭାଗ ଆଶା ରଖିଛି।

"ଫେସବୁକ' ଜରିଆରେ ଗତ ୬ ମାସ ମଧ୍ୟରେ ମିଳିଥିବା ଅଭିଯୋଗ ଗୁଡିକ ମଧ୍ୟରୁ ୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜ୍ୟ ଭିଜିଲାନ୍ସ ବିଭାଗର କାର୍ଯ୍ୟଶୈଳୀର ଅନୁଧ୍ୟାନ ପାଇଁ ଗୁଜୁରାଟର ଆଣ୍ଟି କରପସନ୍ ବିୟୁରୋର ଅତିରିକ୍ତ ନିର୍ଦ୍ଦେଶକ ସମଶେର ସିଂଙ୍କ ସହ ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଦଳ କଟକ ସ୍ଥିତ ମୁଖ୍ୟ  କାର୍ଯ୍ୟାଳୟକୁ ଆସିଛନ୍ତି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେସ ସିଂ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଆଗାମୀ ଦିନରେ ଉତ୍ତରାଖଣ୍ଡ ଓ ହରିୟାନାର ବରିଷ୍ଠ ଭିଜିଲାନ୍ସ ଅଧିକାରୀମାନେ ଓଡିଶା ଭିଜିଲାନ୍ସ ବିଭାଗର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା ପାଇଁ ଆସିବାର କାର୍ଯ୍ୟକ୍ରମ ରହିଛି।

Related story