ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ରାଉରକେଲା(ପବନ କୁମାର ତିୱାରୀ): ଅମାନିଆଙ୍କ ପାଇଁ ଭୁବନେଶ୍ୱର ପରେ ଷ୍ଟିଲ୍‌ ସିଟି ରାଉରକେଲାରେ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର। ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ହ୍ୱାଟ୍ସଆପ୍‌ ନମ୍ୱର ଜାରି ହୋଇଛି। ଯଦି କୌଣସି ସ୍ଥାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ, ତାହାର ଫଟୋ ଓ ଭିଡିଓ ଉଠାଇ 7846806035 ନମ୍ୱରରେ ପଠାଇବାକୁ ଅନୁରୋଧ କରାଯାଇଛି। ଏହାକୁ ତର୍ଜମା କରାଯାଇ ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ […]

rkl

rkl

Manoranjan Sial
  • Published: Tuesday, 04 August 2020
  • Updated: 04 August 2020, 09:37 PM IST

Sports

Latest News

ରାଉରକେଲା(ପବନ କୁମାର ତିୱାରୀ): ଅମାନିଆଙ୍କ ପାଇଁ ଭୁବନେଶ୍ୱର ପରେ ଷ୍ଟିଲ୍‌ ସିଟି ରାଉରକେଲାରେ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର। ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ହ୍ୱାଟ୍ସଆପ୍‌ ନମ୍ୱର ଜାରି ହୋଇଛି। ଯଦି କୌଣସି ସ୍ଥାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ, ତାହାର ଫଟୋ ଓ ଭିଡିଓ ଉଠାଇ 7846806035 ନମ୍ୱରରେ ପଠାଇବାକୁ ଅନୁରୋଧ କରାଯାଇଛି। ଏହାକୁ ତର୍ଜମା କରାଯାଇ ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଅନ୍‌ଲକ୍‌-୩ରେ କୋଭିଡ୍‌ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ଏପରିକି ସର୍ତ୍ତମୂଳକ ଭାବେ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ମହାମାରୀ ‘କରୋନା’କୁ ନଜରରେ ରଖି ସାମାଜିକ ଦୂରତ୍ୱ ମାନିବାକୁ କୁହାଯାଇଛି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ଭଲ ଭାବେ ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣ ଓ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos