ପତ୍ନୀ ଚାଲିଗଲେ ବାପଘର, ଝୁଲି ପଡ଼ିଲେ ସ୍ୱାମୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପାରିବାରିକ କଳହ ନେଲା ସାଂଘାତିକ ରୂପ।  ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ । ଘନଶ୍ୟାମ ଗତ ଦେଢ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି ।  ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ […]

young man

Niharika Rout
  • Published: Wednesday, 15 June 2022
  • , Updated: 15 June 2022, 09:36 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପାରିବାରିକ କଳହ ନେଲା ସାଂଘାତିକ ରୂପ।  ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ ।

ଘନଶ୍ୟାମ ଗତ ଦେଢ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି ।  ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ବାରମ୍ୱାର ଗଣ୍ଡଗୋଳ ଲାଗିରହୁଥିଲା ।

ଝିଅ ଶାଶୁ ଘରେ ଖୁସି ନ ଥିବା ଖବର ପାଇ ଗତକାଲି ଘନଶ୍ୟାମଙ୍କ ଶ୍ୱଶୁର ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେ ନିଜ ଝିଅକୁ ଘରକୁ ନେଇ ଯାଇଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ  ଗତକାଲି ବିଲମ୍ୱିତ ରାତିରେ ବେକରେ ଶାଢୀ ଦେଇ ଘରର ରେଲିଂରେ ଝୁଲିପଡିଥିଲେ ଘନଶ୍ୟାମ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟାଉନ ପୁଲିସ୍‌  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାପରେ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ଘନଶ୍ୟାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ କିମ୍ବା ଶ୍ୱଶୁର ଘର ଲୋକେ ପହଞ୍ଚି ନ ଥିବା ଜଣାଯାଇଛି।

Related story