କେବେ ଖୋଲିବ ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାର୍ଚ୍ଚ ୨୦ରୁ ଅଗଷ୍ଟ ୨୪ କରୋନା କଟକଣା ଯୋଗୁଁ ପାଖାପାଖି ୫ମାସରୁ ଅଧିକ ସମୟ ଧରି ରାଜ୍ୟରେ ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ବାରଣ ରହିଛି  ଛୋଟ ବଡ଼ ସବୁ ମନ୍ଦିର । ଗୋଟିଏ ପଟେ ଠାକୁରଙ୍କୁ ଦର୍ଶନ ନପାଇ ଭକ୍ତ ଆତୁର ହେଉଥିବାବେଳେ ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ପୂଜକ ଓ ସେବାୟତଙ୍କ ଅବସ୍ଥା କହିଲେ ନସରେ । ବର୍ତ୍ତମାନ ସମୟରେ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି ହାଇକୋର୍ଟ […]

6890

Tapas Behera
  • Published: Monday, 24 August 2020
  • , Updated: 24 August 2020, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାର୍ଚ୍ଚ ୨୦ରୁ ଅଗଷ୍ଟ ୨୪ କରୋନା କଟକଣା ଯୋଗୁଁ ପାଖାପାଖି ୫ମାସରୁ ଅଧିକ ସମୟ ଧରି ରାଜ୍ୟରେ ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ବାରଣ ରହିଛି  ଛୋଟ ବଡ଼ ସବୁ ମନ୍ଦିର । ଗୋଟିଏ ପଟେ ଠାକୁରଙ୍କୁ ଦର୍ଶନ ନପାଇ ଭକ୍ତ ଆତୁର ହେଉଥିବାବେଳେ ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ପୂଜକ ଓ ସେବାୟତଙ୍କ ଅବସ୍ଥା କହିଲେ ନସରେ । ବର୍ତ୍ତମାନ ସମୟରେ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି ହାଇକୋର୍ଟ । ହେଲେ ୨ ସପ୍ତାହ ପରେ ବି ସରକାର କୌଣସି ପଦକ୍ଷେପ ନେଇନଥିବାରୁ ଆଜି ପୁଣି ଦାଏର ହୋଇଛି ଏ ସମ୍ପର୍କରେ ଏକ ମିସ୍‌କେସ୍।

କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି। ଭକ୍ତଙ୍କୁ ଛଡ଼ାଯାଉନି ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ। ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା ବି ତାଠୁ ଅଧିକ ଉତ୍କଟ ।

ସେପଟେ ମନ୍ଦିର ଖୋଲିବା ନେଇ ଗତ ଜୁନ୍‌ ୪ରୁ କେନ୍ଦ୍ର ସରକାର ଏସଓପି ଜାରି କରିଥିଲେ ବି ରାଜ୍ୟରେ କିନ୍ତୁ ଆଜି ଯାଏଁ ଧାର୍ମିକ ଅନୁଷ୍ଠାନ ଖୋଲିନି । ଏମିତିକି ଗତ ୧୦ ତାରିଖରେ ଏନେଇ ହାଇକୋର୍ଟରେ ଏକ ମାମଲା ମଧ୍ୟ ହୋଇଥିଲା । ତେବେ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ ଉଚ୍ଚ ନ୍ୟାୟାଳୟ।

Related story