ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ମୁଖ୍ୟମନ୍ତ୍ରୀ କହିଲେ- ମୁଁ ଫିଟ୍‌ ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ବାତାବରଣ ଉଷ୍ମ ରହିଛି। ଏହାରି ଭିତରେ ବେଶ୍‌ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକମ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ […]

Naveen

Naveen

Manoranjan Sial
  • Published: Friday, 18 February 2022
  • Updated: 18 February 2022, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ବାତାବରଣ ଉଷ୍ମ ରହିଛି। ଏହାରି ଭିତରେ ବେଶ୍‌ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକମ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ବିନ୍ଦାସ୍‌ ଆନ୍ଦାଜରେ ହସି ହସି କହିଥିଲେ, “ଯେବେ ନିର୍ବାଚନ ଆସେ, ମୋ’ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଗୁଜବ କରାଯାଏ। କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଭଲ ଅଛି।”

ହାରିବା ଭୟରେ ବିରୋଧୀମାନେ ଏପରି ଗୁଜବ ପ୍ରଚାର କରୁଛନ୍ତି କି ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଧିକ କିଛି କହିବା ଉଚିତ ହେବନାହିଁ। କିନ୍ତୁ ଯେତେବେଳେ ଏମିତି ଗୁଜବ ପ୍ରଚାର ହୁଏ, ସେତେବେଳେ ବିଜେଡି ଭଲ କରିଥାଏ।”

ଅନ୍ୟପକ୍ଷରେ ଏହି ଗୁଜବ ପାଇଁ ବିଜେଡିକୁ ହିଁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ ଯେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଗୁଜବ ଉଠେ, ସେତେବେଳେ ବିଜେଡି ଭଲ କରେ। ତା’ର ଅର୍ଥ ହେଲା ଯେ ବିଜେଡି ଭଲ କରିବା ପାଇଁ ଗୁଜବ କରେ। ନିଜେ ଭୂତ ହୋଇ ଲାଗିବା ଓ ତାକୁ ନିଜେ ଗୁଣିଆ ହୋଇ ଛଡ଼ାଇବା ବିଜେଡିର କାମ। ନିର୍ବାଚନ ସମୟରେ ଲୋକଙ୍କ ସହାନୁଭୂତି ପାଇବା ପାଇଁ ବିଜେଡି ଗୁଜବ ସୃଷ୍ଟି କରେ।

କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ଏବେ ନିର୍ବାଚନ ଥିବାରୁ ଆମେ ଫିଲ୍ଡରେ ଅଛୁ। କାହିଁ ଆମେ ତ କିଛି ଗୁଜବ ଶୁଣିନୁ। ମୋତେ ଲାଗୁଛି ବିଜେଡି ଦିନକୁ ଦିନ ରସାତଳଗାମୀ ହେଉଛି। ଏ ଗୁଜବ ନିଜେ ବିଜେଡି କରିଛି। ଏହା ଏକ ରାଜନୀତିକ ପ୍ରଚାର। ଏ ଗୁଜବ ସେମାନେ ନିଜେ ତିଆରି କରି ନିଜେ କାଉଣ୍ଟର କଲେ। କାରଣ ଦଳକୁ ହାରିବା ଭୟ ଘାରିଛି। ଯଦି ଆଉ କିଏ ଗୁଜବ କରୁଛନ୍ତି, ତା’ହେଲେ ତା‘ ନାଁରେ ମୁଖ୍ୟମନ୍ତ୍ରୀ ଏଫ୍‌ଆଇଆର୍ କାହିଁକି ଦେଉ ନାହାନ୍ତି? ପୁଲିସ୍ କାହିଁକି ଏଫ୍‌ଆଇଆର କରୁ ନାହିଁ? ଏକ ରାଜ୍ୟର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ସୃଷ୍ଟି କରିବା ମଧ୍ୟ ଏକ ଅପରାଧ।

ସୂଚନାଯୋଗ୍ୟ, ବେଶ୍‌ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ଯେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଏୟାର ଆମ୍ୱୁଲାନ୍ସ ଆସି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦେହ ଅଧିକ ଖରାପ ଥିବା ଏୟାର ଆମ୍ୱୁଲାନ୍ସ ଆଣି ରଖାଯାଇଥିବା ଆଲୋଚନା ହେଉଥିଲା।

https://youtu.be/WxaTGU97RDU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story